www.samajalive.in
Saturday, December 6, 2025
23.1 C
Bhubaneswar

ଜଣେ ଗର୍ଭବତୀଙ୍କ ସମେତ ୩ ସଂକ୍ରମିତ

ପିପିଲି : ପିପିଲି ଅଞ୍ଚଳରେ ବୁଧବାର ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨ଜଣ ପୁରୁଷ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ପିପିଲି ପୌରାଞ୍ଚଳର ଜଣେ ୨୧ ବର୍ଷିୟା ଗର୍ଭବତୀ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ଗତ ୩୧ ତାରିଖରେ କୋଭିଡ୍‍ ପରୀକ୍ଷା ପାଇଁ ନିଜର ସ୍ୱାବ୍‍ ଦେଇଥିବା ବେଳେ ଆଜି ରିପୋର୍ଟ ପଜିଟିଭ୍‍ ଆସିଥିଲା। ସେହିପରି କୁଳଶିଖରପାଟଣା ପଞ୍ଚାୟତର ଏକ ଗ୍ରାମର ଜଣେ ୩୬ବର୍ଷିୟ ଯୁବକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ କିଛିଦିନ ହେବ ଅସୁସ୍ଥ ଅନୁଭବ କରୁଥିବା ବେଳେ ଗତ ୩୧ ତାରିଖରେ ତାଙ୍କର କୋଭିଡ୍‍ ପରୀକ୍ଷା ପାଇଁ ସ୍ୱାବ୍‍ ସଂଗ୍ରହ କରାଯାଇଥିଲା। ଆଜି ରିପୋର୍ଟ ପଜିଟିଭ୍‍ ଆସିବା ପରେ ତାଙ୍କୁ ନିମାପଡା ସ୍ଥିତି କୋଭିଡ୍‍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ସେହିପରି ସଁପୁର ପଞ୍ଚାୟତର ଏକ ଗ୍ରାମର ଜଣେ ୨୬ ବର୍ଷିୟ ଯୁବକ କଟକ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଗତକାଲି ତାଙ୍କର କୋଭିଡ୍‍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍‍ ଆସିବା ପରେ ସେଠାରୁ ତାଙ୍କୁ କୋଭିଡ୍‍ ହସ୍‍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଏହି ୩ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ କୋଭିଡ୍‍ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories