www.samajalive.in
Saturday, December 6, 2025
14.1 C
Bhubaneswar

ଷ୍ଟାର୍ଟଅପ୍ କ୍ଷେତ୍ର ସହ ସୀତାରମଣଙ୍କ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ

ନୂଆଦିଲ୍ଲୀ : ଆଗାମୀ କେନ୍ଦ୍ର ବଜେଟ୍ ୨୦୨୬-୨୭ ସମ୍ପର୍କରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଂଶୀଦାରମାନଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପଞ୍ଚମ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ସଚିବ, ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଏବଂ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମଧ୍ୟ ଯୋଗ ଦେଇଥିଲେ। ଏହା ପୂର୍ବରୁ, ଶ୍ରୀମତୀ ସୀତାରମଣ ପୁଞ୍ଜି ବଜାରର ଅଂଶୀଦାରମାନଙ୍କ ସହିତ ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କରିଥିଲେ। ଅର୍ଥ ମନ୍ତ୍ରଣାଳୟ ପ୍ରତିବର୍ଷ ବିଶେଷଜ୍ଞ, ଶିଳ୍ପ ନେତା, ଅର୍ଥନୀତିଜ୍ଞ ଏବଂ ରାଜ୍ୟ ଅଧିକାରୀଙ୍କ ସହିତ ଅନେକ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ଆୟୋଜନ କରିଥାଏ। କେନ୍ଦ୍ର ବଜେଟରେ ଯେଭଳି ସମସ୍ତ କ୍ଷେତ୍ରକୁ ଦୃଷ୍ଟି ଦିଆଯାଇ ପାରିବ, ତାହା ନିଶ୍ଚିତ କରିବା ପାଇଁ ବଜେଟ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅନେକଗୁଡିଏ ପରାମର୍ଶ ମୂଳକ ବୈଠକ କରିଥାନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories