www.samajalive.in
Saturday, December 6, 2025
16.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହେଉଛି ଋଷିଙ୍କ ପ୍ରାର୍ଥନା ସଭା ଫଟୋ

ମୁମ୍ବଇ: ପ୍ରସିଦ୍ଧ ବଲିଉଡ଼ ଅଭିନେତା ଋଷି କପୁରଙ୍କ ବିୟୋଗରେ ତାଙ୍କ ପତ୍ନୀ ନିତୁ କପୁର ଓ ପୁଅ ରଣବୀର କପୁରଙ୍କ ଦ୍ୱାରା ରବିବାର ଘରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରାର୍ଥନା ସଭାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଫଟୋରେ ନିତୁ ଓ ରଣବୀର, ଋଷି କପୁରଙ୍କ ଫଟୋ ପାଖରେ ବସିଥିବାର ନଜର ଆସୁଛନ୍ତି। ରଣବୀର କୁର୍ତ୍ତା ପିନ୍ଧିବା ସହ ମୁଣ୍ଡରେ ପଗଡ଼ି ବାନ୍ଧିଥିବା ଦେଖିବାକୁ ମିଳିଛି। ସେହିପରି ନିତୁ ଧଳା ରଙ୍ଗର ସାଲୱାର୍‍ ସୁଟ୍‍ ପିନ୍ଧିଛନ୍ତି।ଋଷିଙ୍କ ଫଟୋକୁ ଫୁଲରେ ସଜାଯାଇଛି। ପ୍ରାର୍ଥନା ସଭା ପରେ ଫଟୋଟି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଋଷିଙ୍କ ପ୍ରଶଂସକ ଏବଂ ଶୁଭଚିନ୍ତକମାନେ ଫଟୋଟିକୁ ଶେୟାର କରିଛନ୍ତି।

https://www.instagram.com/p/B_t70XTpG2E/?utm_source=ig_web_copy_link

- Advertisement -

ସୂଚନାଯୋଗ୍ୟ, ଋଷି ଗୁରୁବାର ସକାଳେ ମୁମ୍ବଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଡାକ୍ତରଖାନାରେ ତାଙ୍କ ପତ୍ନୀ ଓ ପୁଅଙ୍କ ସମେତ ଅନ୍ୟାନ୍ୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories