www.samajalive.in
Friday, December 5, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ; ମର୍ମସ୍ପର୍ଶୀ ଭାଷଣରେ ସ୍ତବ୍ଧ କଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ସୋମବାର ଲୋକସଭାର ଅଧିବେଶନ ଆରମ୍ଭ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଅଣାଯାଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ପ୍ରସ୍ତାବ ଆଣିଥିଲେ। ଏହି ସମୟରେ ପ୍ରତାପ ମର୍ମସ୍ପର୍ଶୀ ଭାଷଣ ଦେଇଥିଲେ, ଯାହାକୁ ନେଇ ସାରା ଗୃହ ସ୍ତବ୍ଧ ହୋଇଯାଇଥିଲା। ତାଙ୍କ ଭାଷଣରେ ଓଡ଼ିଆ, ଇଂରାଜୀ, ହିନ୍ଦୀ ଏବଂ ସଂସ୍କୃତ ଭାଷାର ସମିଶ୍ରଣ ଦେଖିବାକୁ ମିଳିଥିଲା।

ପ୍ରତାପ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ନିଜ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ରାଜନୀତି ମୋ ପାଇଁ ଜନସେବାର ଏକ ମାଧ୍ୟମ। ମୁଁ ଏକ ସାଧାରଣ ପରିବାରରୁ ଆସିଛି। ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଗୋଟିଏ ସାଧାରଣ ପରିବାରରୁ ଆସିଛନ୍ତି। ଜଣେ ସାଧାରଣ ଚା’ ବାଲା ଆଜି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଭାଷଣ ଏକ ଐତିହାସିକ ଭାଷଣ ଥିଲା। ପୂର୍ବରୁ ୨-ଜି, ୩-ଜି ଆଦି ବିଭିନ୍ନ ଦୁର୍ନୀତିରେ ସରକାର ବୁଡ଼ି ରହିଥିଲା। ବିଗତ ୫ବର୍ଷରେ ସରକାରରେ ଦୁର୍ନୀତିର ସାମାନ୍ୟ ଛିଟା ଲାଗିନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆସ୍ତରକୁ ନେଇପାରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଦେଶର ପ୍ରଧାନ ସେବକ। ନିଜର ପ୍ରତି କଥାକୁ ପ୍ରଧାନମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ଯେଉଁମାନେ ଲୋକଙ୍କ ବିଶ୍ଵାସ ଭାଙ୍ଗିଥିଲେ, ସେମାନେ ମୋଦୀଙ୍କୁ ସହିପାରୁ ନାହାନ୍ତି। ଭଲ କଥାକୁ ପ୍ରଶଂସା କରିବା ପାଇଁ ବିରୋଧୀ ମନସ୍ଥ କରିବା ଉଚିତ। ୧୯୭୧ ଯୁଦ୍ଧ ବେଳେ ଇନ୍ଦିରା ଗାନ୍ଧୀଙ୍କୁ ବାଜପେୟୀ ପ୍ରଶଂସା କରିଥିଲେ। ଦେଶର ଜନତା କୌଣସି ଭେଜାଲ ଅପମିଶ୍ରଣକୁ ଗ୍ରହଣ କଲେନି। ସେମାନେ  ଶୁଦ୍ଧ ମାଲ ନରେନ୍ଦ୍ର ମୋଦୀଙ୍କୁ ପୁଣି ଗ୍ରହଣ କରିଛନ୍ତି ବୋଲି ପ୍ରତାପ କହିଥିଲେ। ଭାଷଣ ଦେବା ସମୟରେ ସେ ସଂସ୍କୃତ ଭାଷାରେ ଅନେକ ଶ୍ଳୋକ ଉଚ୍ଚାରଣ କରି ସରକାରଙ୍କ ବିଭିନ୍ନ କାର୍ଯ୍ୟର ଉଦାହରଣ ଦେଇଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories