www.samajalive.in
Monday, December 15, 2025
26.1 C
Bhubaneswar

ନୂଆ ଦଳର ଶୁଭାରମ୍ଭ କଲେ ପ୍ରଶାନ୍ତ କିଶୋର

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ନିର୍ବାଚନ ବିଶ୍ଳେଷକ ପ୍ରଶାନ୍ତ କିଶୋର ନିଜ ନୂଆ ରାଜନୈତିକ ଦଳ ‘ଜନ ସୂରାଜ ପାର୍ଟି’ର ଶୁଭାରମ୍ଭ କରିଛନ୍ତି। ବିହାରରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତଙ୍କ ନୂଆ ଦଳ ଲଢ଼ିବ ବୋଲି ଆଶା କରାଯାଉଛି। ଏ ନେଇ ବୁଧବାର ପାଟଣାସ୍ଥିତ ପ୍ରାଣୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ଜଣାଶୁଣା ବ୍ୟକ୍ତିତ୍ଵଙ୍କ ଉପସ୍ଥିତିରେ ପ୍ରଶାନ୍ତ ଦଳର ଶୁଭାରମ୍ଭ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରସାଦ ଯାଦବ, ରାଜନେତା ପବନ ବର୍ମା ଏବଂ ପୂର୍ବତନ ସାଂସଦ ମୋନାଜିର ହସନ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଶାନ୍ତ କହିଛନ୍ତି, ଗତ ୨/୩ ବର୍ଷ ହେବ ଦଳର ପ୍ରଚାର ଅଭିଯାନ ଚାଲିଆସୁଛି। ଲୋକମାନେ ପଚାରି ଆସୁଥିଲେ ଦଳ କେବେଠାରୁ ସକ୍ରିୟ ହେବ। ଆଜି ସେ ଦିନ ଆସିଛି। ଆନୁଷ୍ଠାନିକ ଭାବେ ନିର୍ବାଚନ ଆୟୋଗ ଦଳକୁ ଅନୁମୋଦନ ଦେଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories