www.samajalive.in
Sunday, December 14, 2025
23.1 C
Bhubaneswar

ଦଳ ଗଢ଼ିବେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : କଂଗ୍ରେସରେ ଯୋଗଦେବା ଆଶା ମଉଳିଯିବା ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ନୂଆ ଯୋଜନା କରିଛନ୍ତି। ସେ ନିଜସ୍ବ ରାଜନୈତିକ ଦଳ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ନିଜ ଦଳ ଗଠନ କରିପାରନ୍ତି ବୋଲି ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି। ସୋମବାର ପ୍ରଶାନ୍ତ ଲେଖିଛନ୍ତି ଯେ ତାଙ୍କ ରାଜନୈତିକ ଯୋଜନାର ପରବର୍ତ୍ତୀ ପଦକ୍ଷେପ ଶୀଘ୍ର ସ୍ପଷ୍ଟ କରିବେ। ବିହାର ଯାଇ ଲୋକଙ୍କୁ ଭେଟିବେ ଓ ‘ଜନ ଯାତ୍ରା’ କାର୍ଯ୍ୟକ୍ରମ ମାଧ୍ୟମରେ ବାସ୍ତବତା ବୁଝିବା ପରେ ନିଷ୍ପତ୍ତି ଘୋଷଣା କରିବେ। ତାଙ୍କ ଦଳ ଲୋକାଭିମୁଖୀ ହେବ ବୋଲି ପ୍ରଶାନ୍ତ ସୂଚନା ଦେଇଛନ୍ତି। ଏବେ ସେ ନିଜସ୍ବ ଦଳ ଗଠନ କଲେ ତୃଣମୂଳ କଂଗ୍ରେସ ତାଙ୍କୁ ସହଯୋଗ କରିବ ବୋଲି ପ୍ରଶାନ୍ତ ମନେ କରୁଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories