www.samajalive.in
Friday, December 12, 2025
26.1 C
Bhubaneswar

ପ୍ରଭୁଜୀରେ ଶିଶୁ ଦିବସ ମହାସମାରୋହରେ ପାଳିତ

ଭୁବନେଶ୍ବର: ସ୍ଥାନୀୟ ଭିଏସଏସନଗରସ୍ଥିତ ମହାମଣ୍ଡଳେଶ୍ୱର ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜଙ୍କ ଶିକ୍ଷାର ସ୍ୱପ୍ନଭୂମି ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଅଭୟକୁମାର ରଥ ସ୍ୱାଗତ ଭାଷଣ ଦେଇଥିଲେ। ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ ତଥା ଖଣିଜ ଓ ପଦାର୍ଥ ସାମଗ୍ରୀ ପ୍ରଯୁକ୍ତିବିଦ୍ୟା ଅଧିଷ୍ଠାନର ଅନ୍ୟତମ ବିଶିଷ୍ଟ ବୈଜ୍ଞାନିକ ଡ.ଦଣ୍ଡ ଶ୍ରୀନିବାସ ରାଓ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ବିଜ୍ଞାନ ମନୋଭାବର ପରିପ୍ରକାଶ ପାଇଁ ଅନ୍ୱେଷା ଓ ଅନ୍ୱେଷଣ ରହିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ।

ସେହିପରି ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ ଭୁବନେଶ୍ୱରର ନିର୍ଦେଶକ ପ୍ରଫେସର କରୁଣାକର ନନ୍ଦ ଅତିଥି ଭାବରେ ଯୋଗଦେଇ ଶିଶୁମାନଙ୍କ ଭିତରେ ବୈଜ୍ଞାନିକ ମନୋଭାବ ଜାଗ୍ରତ କରିବା ଲାଗି ଉତ୍ସାହିତ କରାଇଥିଲେ। ଶିଶୁ ଦିବସ ଉପଲକ୍ଷେ ଗଣିତ, ବିଜ୍ଞାନ,ସାମାଜିକ ବିଜ୍ଞାନ ଓ କଳାବିଦ୍ୟାରେ ନିପୁଣତା ହାସଲ ପାଇଁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇ ବିଭିନ୍ନ ବିଭାଗରେ ବିଚାରକ ମଣ୍ଡଳୀ ଦ୍ୱାରା ବିବେଚନା କରାଯାଇଥିବା ଉତ୍କର୍ଷ ପ୍ରକଳ୍ପଗୁଡିକର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

- Advertisement -

ବିଦ୍ୟାଳୟର ଗର୍ବ ଓ ଗୌରବ ଭାବେ ବିବେଚିତ ପ୍ରତିଭାଦୀପ୍ତ ଶାଶ୍ୱତ ରଥ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାରେ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାରୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା ।ବିଦ୍ୟାଳୟର ସମ୍ପାଦିକା ଡ.ବୀଣାପାଣି ରଥ ତଥା ନିର୍ଦେଶକ ଉମେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସୁଶ୍ରୀଇନ୍ଦିରା ପଟ୍ଟନାୟକ ଓ ସାଗରିକାମଣ୍ଡଳଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।କୁନିକୁନି ଶିଶୁ ପ୍ରତିଭାମାନଙ୍କୁ ନେଇ ଏକ ଚିତାକର୍ଷକ ରାମ୍ପ ଶୋ’ ପ୍ରଦର୍ଶନ କରାଯାଇଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories