www.samajalive.in
Friday, December 12, 2025
19.1 C
Bhubaneswar

ଓଡ଼ିଶା ମହିଳା କ୍ରିକେଟ ଦଳରେ ନୀଳଗିରିର ଆଦିବାସୀ ଝିଅ ଶୁଭଲକ୍ଷ୍ମୀ

ନୀଳଗିରି: ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତ ଅଧୀନ ବାବନ୍ଧ ଗାଁର ବାବୁଲା ସିଂ ଓ ବାସନ୍ତୀ ସିଂଙ୍କ ଝିଅ ଶୁଭଲକ୍ଷ୍ମୀ(୧୪) ସମ୍ପ୍ରତି ନୀଳଗିରି ଇଂରାଜୀ ମାଧ୍ୟମ ସ୍କୁଲର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । କଠିନ ପରିଶ୍ରମ ତଥା ଅପୂର୍ବ କ୍ରୀଡ଼ା ପ୍ରଦର୍ଶନ ଯୋଗୁ ତାଙ୍କୁ ଚଳିତମାସ ୧୭ତାରିଖରୁ ବିସିସିଆଇ ପକ୍ଷରୁ ହେବାକୁ ଓଡ଼ିଶା ମହିଳା ଅଣ୍ଡର ୧୫ଦଳରେ ଦିନିକିଆ ମ୍ୟାଚ ପାଇଁ ତାଙ୍କୁ ଚୟନ କରାଯାଇଛି । ସେ ଏହି ମ୍ୟାଚ ଖେଳିବାକୁ ବରୋଦା ଯାତ୍ରା କରିଛନ୍ତି।

ପୁଣି ଆଗାମୀ ଦିନରେ ରାଜସ୍ଥାନ, ଓଡ଼ିଶା, ଚଣ୍ଡିଗଡ଼, ଅରୁଣାଞ୍ଚଳ, ଆନ୍ଧ୍ର ପ୍ରଦେଶ ସହିତ ଖେଳିବାକୁ ଯାଉଛନ୍ତି । ଆଗାମୀ ଦିନରେ ଭାରତ ପାଇଁ ଖେଳିବା ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ଶୁଭଲକ୍ଷ୍ମୀ । ବାପା, ମାଆଙ୍କ ସମେତ ଜେଜେମା ନିତୁମଣି ଓ ସାନଭାଇ ଋତୁରାଜ ଏହି ଖେଳ ପାଇଁ ତାଙ୍କୁ ବହୁ ପ୍ରେରଣା ଯୋଗାଇଛନ୍ତି । ସେପଟେ ଏହି ଆଦିବାସୀ କନ୍ୟା ଓଡ଼ିଶା ଦଳକୁ ମନୋନୀତ ହୋଇଥିବା ଶୁଣି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡି ନେତା ସନ୍ତୋଷ ଖଟୁଆ, ନୀଳଗିରି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ଡ. ଗଦାଧର ବେହେରା ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି । ଶୁଭଲକ୍ଷ୍ମୀ ପ୍ରତି ଶନିବାର ଓ ରବିବାରରେ ପ୍ରଶିକ୍ଷଣ ପାଇଁ ବାପାଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଯାଆନ୍ତି । ବିସିଏ କ୍ରିକେଟ ଏକାଡ଼େମୀର ଦିଲୀପ ଦାସ ତାଙ୍କୁ କୋଚିଂ ଦିଅନ୍ତି ବୋଲି ଜଣାପଡ଼ିଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories