www.samajalive.in
Saturday, December 6, 2025
26.1 C
Bhubaneswar

‘ରାଧେଶ୍ୟାମ’ ଦେଖି ଜୀବନ ହାରିଲେ ପ୍ରଭାସଙ୍କ ପ୍ରଶଂସକ !

ମୁମ୍ବାଇ: ବାହୁବଳୀ ପ୍ରଭାସଙ୍କ ‘ରାଧେଶ୍ୟାମ’ ଚଳଚ୍ଚିତ୍ର ଅନେକ ପ୍ରଶଂସକଙ୍କୁ ନିରାଶ କରିଛି। ହେଲେ ଆପଣ ଜାଣି ଚକିତ ହେବେ ଯେ, ‘ରାଧେଶ୍ୟାମ’ର ନକରାତ୍ମକ ସମୀକ୍ଷା ଦେଖି ପ୍ରଭାସଙ୍କ ଜଣେ ପ୍ରଶଂସକ ଜୀବନ ହାରିଛନ୍ତି।

ଏହା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟକର। କାହାର ଜୀବନ କେମିତି ଏତେ ଶସ୍ତା ହୋଇପାରିବ? କିନ୍ତୁ ଦୃଢ ପ୍ରଶଂସକମାନେ କେତେବେଳେ ଯେ ନିଜ ପ୍ରିୟ ତାରକାଙ୍କ ପାଇଁ କ’ଣ ପାଗଳାମୀ କରିବସିବେ ତାହା କେହି କହିପାରିବେ ନାହିଁ। ସୂଚନା ମୁତାବକ, ପ୍ରଭାସଙ୍କ ୨୪ ବର୍ଷୀୟ ପ୍ରଶଂସକ ରବି ତେଜା ‘ରାଧେଶ୍ୟାମ’କୁ ମିଳିଥିବା ଖରାପ ରିଭ୍ୟୁ କାରଣରୁ ଜୀବନ ହାରି ଦେଇଛନ୍ତି। ଫିଲ୍ମକୁ ଲଗାତାର ଭାବେ ମିଳୁଥିବା ନକରାତ୍ମକ ରିଭ୍ୟୁକୁ ଦେଖି ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଲାଗିଥିଲା। ପ୍ରଭାସଙ୍କ ବିରୁଦ୍ଧରେ ନକରାତ୍ମକ କଥା ସେ ଶୁଣି ପାରିଲେ ନାହିଁ। ଯାହା ଫଳରେ ପ୍ରଶଂସକ ଜଣକ ଏଭଳି ବଡ଼ ପଦକ୍ଷେପ ଉଠାଇଲେ।

- Advertisement -

ଅନ୍ୟ ଏକ ରିପୋର୍ଟ ମୁତାବକ, ପ୍ରଶଂସକ ଜଣକ ପ୍ରଭାସଙ୍କ ‘ରାଧେଶ୍ୟାମ୍‌’ ଚଳଚ୍ଚିତ୍ର ଦେଖିଲେ। ଏହାପରେ ସେ ଖୁବ୍‌ ନିରାଶ ହୋଇ ପଡ଼ିଥିଲେ। ଘରକୁ ଆସି ପଙ୍ଖାରେ ରଶି ଲଗାଇ ଜୀବନ ହାରିଥିଲେ। ‘ରାଧେଶ୍ୟାମ’ ତାଙ୍କ ଆଶା ପୂରଣ କରି ନପାରିବାରୁ ସେ ଦୁଖିତ ଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories