ଫୁଲବାଣୀ : ଗତ ଦିନରେ କନ୍ଧମାଳ ଜିଲାର ରାଇକିଆ , ଫୁଲବାଣୀ , ଶଙ୍କରାଖୋଲ , କୋଟଗଡ଼ ଭଳି ବିଭିନ୍ନ ଅଞ୍ଚଳରେ ବ୍ୟବହୃତ ପିପିଇ କିଟ୍ ରାସ୍ତାରେ ପଡ଼ିଥିବା ଓ ତାହାକୁ କେତେକ ରେନ୍ କୋର୍ଟ ଭାବେ ବ୍ୟବହାର କରିବା ଭଳି ଘଟଣା ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ତାହା କିଛି ମାତ୍ରରେ ବାହାରେ ପଡ଼ିବା ବନ୍ଦ ହୋଇଯାଇଛି ସତ, କିନ୍ତୁ ବର୍ତ୍ତମାନ ଜିଲାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବହୃତ ଗ୍ଳୋବ୍ସ ଓ ମାକ୍ସ ବିଭିନ୍ନ ସ୍ଥାନରେ ପଡ଼ିଥିବାର ଦେଖାଯାଇଛି। ଆଜି ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ। ରାଇକିଆ-ମଣ୍ଡାକିଆ ରାସ୍ତା ପାଶ୍ୱର୍ ମାନଙ୍କରେ ଏଭଳି ବ୍ୟବହୃତ ଗ୍ଳୋବ୍ସ ପଡ଼ିଥିବାର ଦେଖାଯିବା ପରେ ସଂମ୍ପୃକ୍ତ ଅଞ୍ଚଳବାସୀ ଏକ ପ୍ରକାର ଚିନ୍ତାରେ ପଡ଼ିଛନ୍ତି। ଏ ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।
Popular Categories



