www.samajalive.in
Sunday, December 7, 2025
14.1 C
Bhubaneswar

ତ୍ବଚା ଓ କେଶ ପାଇଁ ମହୌଷଧୀ ଆଳୁ, ଜାଣନ୍ତୁ କିପରି କରିବେ ବ୍ୟବହାର

ସାଧାରଣତଃ ଆମ ସମସ୍ତଙ୍କ ଘରେ ଆଳୁ ନିଶ୍ଚିତ ରୂପେ ଉପଲବ୍ଧ ହେଉଥିବା ଏକ ପରିବା। ପ୍ରାୟ ପ୍ରତ୍ୟେକ ଦିନ ଖାଦ୍ୟରେ ଏହା ସାମିଲ ହୋଇଥାଏ। କାରଣ ଏହାକୁ ପ୍ରାୟତଃ ସମସ୍ତ ତରକାରୀରେ ବ୍ୟବହାର କରାଯାଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ତ୍ବଚା ଓ କେଶ ପାଇଁ ଆଳୁ କେତେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ତ୍ବଚା ସହ କେଶଜନିତ ଅନେକ ସମସ୍ୟା ଦୂର କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ତ୍ବଚା ଓ କେଶ ପାଇଁ ଆଳୁର ବ୍ୟବହାର ବିଷୟରେ –

ବ୍ରଣ ସମସ୍ୟା ଦୂର କରିବା ପାଇଁ ଏକ ପାତ୍ରରେ କିଛି ଆଳୁ ରସ ନିଅନ୍ତୁ। ଏଥିରେ ଅଳ୍ପ ଲେମ୍ୱୁ ରସ ଏବଂ ମୁଲତାନି ମାଟି ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲଭାବେ ସଫା କରିବାକୁ ଭୁଲିବେନି। ଆପଣ ଚାହିଁଲେ, ଗୋଲାପ ଜଳରେ ଚେହେରାକୁ ପୂର୍ବରୁ ସଫା କରିପାରିବେ। ମିଶ୍ରଣକୁ ଚେହେରାରେ ୧୫ରୁ ୨୦ ମିନିଟ ଲଗାଇ ରଖନ୍ତୁ। ଏହାପରେ ହାତକୁ ଓଦା କରି ଏହାକୁ ସ୍କ୍ରବ କରିବା ଭଳି ସଫା କରନ୍ତୁ। ସପ୍ତାହରେ ୩ ରୁ ୪ ଥର ଏହି ପ୍ୟାକକୁ ବ୍ୟବହାର କରିବା ଦ୍ବାରା ପ୍ରଭାବ ନିଜେ ଅନୁଭବ କରିପାରିବେ।

- Advertisement -

ଆଖିତଳ କଳାଦାଗ ଦାଗ ଦୂର କରିବା ପାଇଁ ଆଳୁ ରସକୁ ତୁଳାରେ ବୁଡାଇ ଉକ୍ତ ସ୍ଥାନରେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଆପଣ ଚାହିଁଲେ ଆଳୁକୁ କାଟି ତାକୁ ଆଖି ଉପରେ ରଖି ପାରିବେ ।ଏହାଦ୍ୱାରା ଆଖି ତଳେ ଥିବା ଦାଗ ସବୁଦିନ ପାଇଁ ଦୂର ହୋଇଯିବ ।

କେଶ ଝଡ଼ିବା ଏବଂ ରୁପି ପରି ସମସ୍ୟାକୁ ଦୂର କରିବା ପାଇଁ ଆଳୁ ରସ ବହୁତ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ଆଳୁ ରସରେ ଏଲୋଭେରା ଜେଲ ଏବଂ ଏକ ଚାମଚ ମହୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ସପ୍ତାହରେ ଥରେ ଏହି ପେଷ୍ଟକୁ ଏକ ଘଣ୍ଟା ପାଇଁ କେଶରେ ମାଲିସ କରନ୍ତୁ। ଏହାପରେ କେଶକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହାର ପର ଦିନ କେଶକୁ ଶ୍ୟାମ୍ପୁ କରି ଧୋଇ ଦିଅନ୍ତୁ ।

ସମ୍ପୂର୍ଣ୍ଣ ଶରୀରକୁ ସଫା ତଥା ଚମକପ୍ରଦ ରଖିବା ପାଇଁ ଆଳୁ ରସରେ କଞ୍ଚା କ୍ଷୀର ମିଶାଇ ତୁଳା ଦ୍ୱାରା ଶରୀରରେ ସପ୍ତାହକୁ ଥରେ ଲଗାନ୍ତୁ। ମାତ୍ର କିଛି ଦିନରେ ହିଁ ଆପଣ ଫରକ ଉପଲବ୍ଧି କରିପାରିବେ। ଏହାଦ୍ବାରା ଆପଣଙ୍କ ଶରୀରରେ ଏକ ଅଦ୍ଭୁତ ଚମକ ଆସିବ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories