ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଡାକ ବିଭାଗ ଆଣିଛି ନୂତନ ଯୋଜନା । ଡାକ ବିଭାଗର ଏକ ସଞ୍ଚୟ ଯୋଜନାରେ ଗ୍ରାହକ ମାନେ ଲାଭ ଉଠାଇପାରିବେ । ତାହା ସହ ଏହି ଯୋଜନା ଅନୁଯାୟୀ ଯଦି ଆପଣ ଟଙ୍କା ରଖନ୍ତି ଆପଣଙ୍କୁ ନିଶ୍ଚିତ ଭାବେ ଭଲ ରିଟର୍ଣ୍ଣ ମିଳିବ । ଡାକ ବିଭାଗର ଏହି ଯୋଜନାର ନାଁ ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ବା (ପିପିଏଫ୍)। ଏହି ସ୍କିମ୍ ଦ୍ବାରା ଆପଣ ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ..
ଡାକ ବିଭାଗର ଏହି ପିପିଏଫ୍ ଯୋଜନା ଆପଣଙ୍କୁ ବହୁ ଲାଭ ଦେବ । ଏହି ଯୋଜନାରେ ଆପଣଙ୍କୁ ବାର୍ଷିକ ୭.୧ ପ୍ରତିଶତ ସୁଧ ମିଳିବ । ପିପିଏଫ୍ ଯୋଜନାର ସୁଧ ହାର ୧ ଏପ୍ରିଲ ୨୦୨୦ରୁ ଲାଗୁ ହୋଇଛି । ପିପିଏଫ୍ ଯୋଜନାରେ ଆପଣ ଅତିକମରେ ମାସିକ ୫ଶହ ଟଙ୍କା ରଖିପାରିବେ । ୫ଶହ ଟଙ୍କାରୁ ମଧ୍ୟ ଅଧିକ ଅର୍ଥ ଏହି ଯୋଜନାରେ ରଖିବାର ବ୍ୟବସ୍ଥା ରହିଛି ।
କିଏ ଏହି ଖାତା ଖୋଲିପାରିବେ ?
ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କିଛି କଟକଣା ରହିଛି । କୁହାଯାଇଛି କି ଭାରତର ବାସିନ୍ଦା ଏହି ଯୋଜନାରେ ଖାତା ଖୋଲିପାରିବେ । ବୟସ୍କ ବ୍ୟକ୍ତି, ନାବାଳକ ମଧ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ହେଲେ ଏହି ଯୋଜନା ଅଧିନରେ ଜଣେ ବ୍ୟକ୍ତିଙ୍କ କେବଳ ଗୋଟିଏ ଖାତା ଖୋଲିବାର ବ୍ୟବସ୍ଥା ରହିଛି ।
କିପରି ଖାତା ଖୋଲିବେ ?
ଏହି ଯୋଜନାରେ ଖାତା ଖୋଲିବାକୁ ହେଲେ ପ୍ରଥମେ ଆପଣଙ୍କୁ ଡାକ ଅଫିସକୁ ଯିବାକୁ ପଡ଼ିବ । ସେଠାରେ ଅଧିକାରୀଙ୍କ ସହ ସମସ୍ତ ତଥ୍ୟ ବିଷୟରେ ଆଲୋଚନା କରିବେ । ପରେ ଏହି ଯୋଜନା ସମ୍ବଦ୍ଧିୟ ଏକ ଫର୍ମ ପୂରଣ କରିବେ । ଫର୍ମ ପୂରଣ ପରେ ଆପଣ ସମସ୍ତ ତଥ୍ୟ ଡାକ ଅଧିକାରୀଙ୍କ ନିକଟରୁ ପାଇପାରିବେ ।



