କରୋନାର ୨ୟ ତରଙ୍ଗ ସାରା ଦେଶକୁ ଅଣନିଃଶ୍ଵାସୀ କରିପକାଇଛି। ବହୁ ବିଶିଷ୍ଟ ବ୍ୟକ୍ତି କରୋନାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ସୋମବାର ଟିଏନଆର ନାମରେ ଜଣାଶୁଣା ଲୋକପ୍ରିୟ ଅଭିନେତା ତଥା ଟିଭି ଉପସ୍ଥାପକ ଟି ନରସିହ୍ମା ରାଓଙ୍କ ପରଲୋକ ଘଟିଛି। କରୋନା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ନିଜର ସାକ୍ଷାତ୍କାର ଶୋ’ ଟିଏନଆରଙ୍କ ସହ ସ୍ପଷ୍ଟ କଥା ପାଇଁ ବେଶ୍ ଜଣାଶୁଣା ଉପସ୍ଥାପକ ତଥା ଅଭିନେତା ଟି. ନରସିହ୍ମା ରାଓ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ହାଇଦ୍ରାବାଦର ମଲକଜଗିରିରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିଲେ। ମାତ୍ର କିଛି ଦିନ ପରେ ତାଙ୍କଠାରେ ଶ୍ଵାସକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ଆଉ ସୁସ୍ଥ ହୋଇ ନ ଥିଲେ। ଶେଷରେ ସେ ଶେଷନିଃଶ୍ଵାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ପ୍ରଶଂସକଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।



