www.samajalive.in
Saturday, December 6, 2025
19.1 C
Bhubaneswar

ହେ ସରକାର ମୋ କଥା ଶୁଣ ! ଆଧାର କାର୍ଡର ଗୋଲକ ଧନ୍ଦାରେ ବନ୍ଧା ପଡିଛି ‘କମଳା’ଙ୍କ ଜୀବନ

ନବରଙ୍ଗପୁର : ବୟସର ଅପରାହ୍ନ ରେ ଏହି ମହିଳା। ଆଖିକୁ ଭଲ ଭାବେ ଦେଖା ଯାଉନି, ଠିକସେ ଚାଲି ପାରୁନାହାନ୍ତି। ହାତ ଗୋଡ଼ ଥରୁଛି।  ୮୫ ବର୍ଷ ବୟସ ହେଲେବି ଜୀବନର ଶେଷ ସମୟରେ ଟିକେ ଭଲରେ ରହିବା ଆଶାରେ ଥର ଥର କଣ୍ଠରେ ସରକାରଙ୍କୁ ନିବେଦନ କରୁଛି ହେ ସରକାର ମୋ କଥା ଶୁଣ ମୋତେ ଘର ଗୋଟେ ଦିଅ। ଏପରି ଏକ ଯନ୍ତ୍ରଣା ଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚଗାଁ ପଞ୍ଚାୟତର ଡୁମୁରିଗୁଡା ଗ୍ରାମରେ।
ଗ୍ରାମର ବିଧବା କମଳା ଗୌଡ଼ଙ୍କ ବୟସ ୮୫ ବର୍ଷ। ନିଜର  ଗୋଟିଏ ବୋଲି ପୁଅ ଥିଲା ଯିଏକି ବାହାହେବା ପରେ ନିଜର ସ୍ତ୍ରୀ ଏବଂ ସାନ ପୁଅକୁ ଛାଡି ପ୍ରାୟ ୩୦ବର୍ଷ ହେବ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଆଉ ଫେରି ନାହିଁ, ଏପଟେ ନିଜ ସ୍ୱାମୀର ଫେରିବା ବାଟକୁ ଚାହିଁ ଚାହିଁ ବୋହୁ ଶେଷରେ ସବୁଦିନ ପାଇଁ  ଆଖି ବୁଜିଦେଲା । ନାତିକୁ ବୃଦ୍ଧା କମଳା ପିଲାରୁ ବଡ଼ କଲା, ବର୍ତମାନ ନାତି କୁ ୨୫ ବର୍ଷ। ସେ ବାହା ହୋଇ କମଳା ସହ ୩ ପ୍ରାଣୀ କୁଟୁମ୍ବ ଗୋଟିଏ ଭଙ୍ଗା ଚାଳ କୁଡ଼ିଆରେ ରହୁଛନ୍ତି। ଘର ଭିତରେ ଜାଗା ନ ଥିବାରୁ ବାରଣ୍ଡାରେ କମଳାର ଜୀବନ ବିତୁଛି। ଅଳ୍ପ ବର୍ଷା ହେଲେ ଆଉ ଶୋଇପାରୁ ନାହାନ୍ତି। ଘର ପାଇଁ କହି କହି ବୟସ ଆସି ଅପରାହ୍ନ ରେ ପହଞ୍ଚି ଥିବା ବେଳେ, ସରକାରଙ୍କ ପକ୍ଷରୁ ଘର ଖଣ୍ଡିକ ଆସିଥିବା ଖବର ଶୁଣିବାକୁ ପାଇଥିଲା କମଳା, ଏବଂ ମରିବା ସମୟରେ ଅନ୍ତତଃ ଶାନ୍ତି  କିଛି ଦିନ ରହିପାରିବି ବୋଲି ଖୁସି ହୋଇଯାଇଥିଲା କମଳା। କିନ୍ତୁ ପରେ ଶୁଣିବାକୁ ପାଇଲା ଯେ ଆଧାର କାର୍ଡ ନଥିଲେ ଘର ମିଳିବ ନାହିଁ ବୋଲି, ଏ ବୟସରେ ଆଧାର କାର୍ଡ ଗେଉଁଠୁ ଯୋଗାଡ଼ କରିବ ଭାବି ଶେଷରେ ତା’ର ଘର ହେବା ସ୍ବପ୍ନ ମଉଳି ଗଲା। ସରକାରଙ୍କ ତରଫରୁ ପୂର୍ବରୁ ଅନ୍ତୋଦୟ ଯୋଜନାରେ ୩୫କେଜି ଚାଉଳ ମିଳୁଥିଲା ତାହା ବନ୍ଦ ହୋଇଯାଇଛି। ପରେ ମାତ୍ର ୫ କେଜି ଦେଉଥିଲେ, ବର୍ତମାନ ଆଧାର କାର୍ଡ ନାହିଁ ବୋଲି ସେ ୫ କେଜି ଚାଉଳ ବି ମିଳୁନଥିବା କମଳା ଅଭିଯୋଗ କରିଛି। ତାର ନାତି କୁ ୧୦ କେଜି ଚାଉଳ ମିଳୁଛି। ଦୟନୀୟ ଅବସ୍ଥାରେ କମଳା ପଡି ରହିଥିବା ବେଳେ ଲୋକଙ୍କ ନିକଟରେ ସରକାରଙ୍କୁ ହାତଯୋଡ଼ି ଘର କରେଇ ଦେବା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଅସହାୟ ବୃଦ୍ଧାଙ୍କୁ ଘରଟିଏ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories