www.samajalive.in
Monday, December 8, 2025
27.1 C
Bhubaneswar

ଜାମ୍ମୁ କାଶ୍ମୀର ପଞ୍ଚାୟତିରାଜ ଆଇନ, ୧୯୮୯କୁ ମିଳିଲା କ୍ୟାବିନେଟ ଅନୁମୋଦନ

କେନ୍ଦ୍ରଶାସିତ ଅଞ୍ଚଳରେ ଜାମ୍ମୁ କାଶ୍ମୀର ପଞ୍ଚାୟତିରାଜ ଆଇନ, ୧୯୮୯ର କାର୍ଯ୍ୟକାରିତାକୁ ଆଜି ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି। କେନ୍ଦ୍ରମନ୍ତ୍ରୀ ଜାଭଡେକର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଦେଶର ଅନ୍ୟ ଅଂଚଳ ଭଳି ଜାମ୍ମୁ କାଶ୍ମୀରରେ ମଧ୍ୟ ତୃଣମୂଳ ସ୍ତରରେ ଗଣତନ୍ତ୍ରର ତିନୋଟି ସ୍ତର ପ୍ରତିଷ୍ଠା କରିବାରେ ସହାୟକ ହେବ | ସେ କହିଛନ୍ତି ଯେ ଲୋକମାନେ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କର ପ୍ରତିନିଧି ଚୟନ କରିପାରିବେ।

- Advertisement -


ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ସେଠାରେ ଦେଶର ଅନେକ ବିକାଶମୂଳକ ଆଇନ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଛି। ଗତ ସପ୍ତାହରେ ଜାମ୍ମୁ କାଶ୍ମୀରରେ ତ୍ରି-ସ୍ତରୀୟ ପଞ୍ଚାୟତ ସମିତି ଆଇନ ମଧ୍ୟ ଲାଗୁ ହୋଇଥିଲା। ଏହା କାଶ୍ମୀର ଉପରେ ଏକ ଅନ୍ୟାୟ ଥିଲା ଏବଂ ଅନେକ ଜନ କଲ୍ୟାଣ ନିୟମ ସେଠାରେ କାର୍ଯ୍ୟକାରୀ ହେଉ ନ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି। ଆଜିର କ୍ୟାବିନେଟ ନିଷ୍ପତ୍ତି ପରେ ପୂର୍ବ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଏହି ଆଇନର କାର୍ଯ୍ୟକାରିତା କେନ୍ଦ୍ରଶାସିତ ଅଞ୍ଚଳରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବ। ଲୋକମାନଙ୍କ ହାତକୁ କ୍ଷମତା ଆସିବ। ଜାଭଡେକର ଆଶା କରିଛନ୍ତି ଯେ ଜାମ୍ମୁ କାଶ୍ମୀରର ଲୋକମାନେ ଏହି ପରିବର୍ତ୍ତନକୁ ସ୍ୱାଗତ କରିବେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories