www.samajalive.in
Saturday, December 13, 2025
26.1 C
Bhubaneswar

୧୬ ବର୍ଷ ଧରି ଅଜଣା ରୋଗରେ ପୀଡିତ ସନ୍ତୋଷ, ସହାୟତ। କରିବାକୁ ଆକୁଳ ନିବେଦନ

କେଶଦୁରାପାଳ : ୧୬ ବର୍ଷ ଧରି ଅଜଣା ରୋଗରେ ପୀଡିତ ସନ୍ତୋଷ, ସହାୟତ। କରିବାକୁ ପରିବାର ପକ୍ଷରୁ ଆକୁଳ ନିବେଦନ କରିଛନ୍ତି । ଦୃଷ୍ଟି ଶକ୍ତି ସହ ହାତ, ଗୋଡ ଅଚଳ ହେବାରୁ  ଘର କୋଣରେ ପଡ଼ି ରହିଛନ୍ତି ୧୬ ବର୍ଷର ନାବାଳକ ସନ୍ତୋଷ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ ଅନ୍ତର୍ଗତ ଅଳତୀ ଗ୍ରାମର କ୍ଷମାକର ସାହୁ ଓ ତିଳୋତ୍ତମା ସାହୁଙ୍କ ପୁତ୍ର ସନ୍ତୋଷ ସାହୁଙ୍କ ଭାଗ୍ୟରେ। ପୁତ୍ର  ଜନ୍ମଗ୍ରହଣ କରିବା ପରେ ପରିବାର ଲୋକେ ମନ ଖୁସିରେ ନାମ ଦେଇଥିଲେ ସନ୍ତୋଷ । କିନ୍ତୁ ମୁନ୍ତୋଷକୁ ନେଇ ପରିବାର ଲୋକ ଅସନ୍ତୋଷରେ ଘାଣ୍ଟି ହେଉଛନ୍ତି ।ସନ୍ତୋଷକୁ ୬ ମାସ ହେଲା ପରେ  ପ୍ରଥମେ ଜ୍ୱର ହେବାରୁ ବାପା ମା’ ନିକଟ ଡାକ୍ତରଖାନା ନେଇ ଚିକିତ୍ସା କରିଥିବାବେଳେ କୌଣସି  ସୁଫଳ ନ ମିଳି କ୍ରମଶଃ ଦେହ ଅଧିକ ଖରାପ ହେବାରୁ ପରିବାର ଲୋକ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ନେଇଥିବାବେଳେ ଡ଼ାକ୍ତର ବିଭିନ୍ନ ପରିକ୍ଷ। ନିରୀକ୍ଷା କରି ଔଷଧ ଦେଇ ଥିଲେ । ହେଲେ  ସନ୍ତୋଷ ଭଲ ହୋଇନଥିଲା। କିଛି ଦିନ ପରେ ସନ୍ତୋଷ ଦୃଷ୍ଟି ଶକ୍ତି ହରାଇ ବସିଥିବାବେଳେ ପରିବାରରେ ଦୁଃଖ ଭାଙ୍ଗି ପଡିବା ସହିତ ପୁଅକୁ ଭଲ କରିବା ପାଇଁ ଜମିବାଡ଼ି ବିକି ସର୍ବସାନ୍ତ ହୋଇଥିଲେ। ସନ୍ତୋଷ ଗୋଟିଏ ସ୍ଥାନରେ ବସି ରହିବା ଫଳରେ ଧୀରେ ଧୀରେ ହାତ ଗୋଡ ଅଚଳ ହୋଇଗଲା । ଏବେ ରୁଦ୍ଧ  କୋଠରୀରେ ସନ୍ତୋଷର ଶୈଶବ  । ସନ୍ତୋଷ ପାଇଁ ବେସାହାରା ହୋଇଥିବା  ମା’ ଓ ବାପା ହତୋତ୍ସାହିତ ହୋଇ ଯାଇଛନ୍ତି। ସତେ ଯେମିତି ସରକାରୀ ସହାୟତା  ଅପହଞ୍ଚ। ବହୁ ସରକାରୀ କାର୍ଯ୍ୟାଳୟକୁ ପ୍ରସାଶନିକ ଅଧିକାରୀ, ପଞ୍ଚାୟତ ଅଧିକାରୀଙ୍କୁ ଦେଖା କରି ପୁଅ ବିଷୟରେ ସାହାଯ୍ୟ ପାଇଁ କହିବା ପରେ ମଧ୍ୟ ଖାଲି ହାତରେ ଫେରିବାକୁ ପଡ଼ିଛି।  ପଞ୍ଚାୟତ ତରଫରୁ ଏକ ବର୍ଷ ହେଲା  ଦିବାଙ୍ଗ  ଭତ୍ତା ସ୍ୱରୂପ ୭୦୦ଟଙ୍କା ଦିଆଯାଇଛି।  ରାସନ କାର୍ଡରେ ଚାଉଳ ମିଳୁଥିବାବେଳେ ଆଧାର କାର୍ଡ ହୋଇପାରୁନଥିବାରୁ ସନ୍ତୋଷକୁ ଚାଉଳ ବି ମିଳୁନାହିଁ। ଶୈଶବରୁ ୧୬ ବର୍ଷ ଧରି ଗୋଟିଏ ସ୍ଥାନରେ ନାବାଳକ ସନ୍ତୋଷର ଚିକିତ୍ସା ପଛରେ ପରିବାର ଲୋକେ ଅର୍ଥ ଖର୍ଚ୍ଚ କରି କରି ଥକି ପଡ଼ିଲେଣି । ସନ୍ତୋଷର ଚିକିତ୍ସା ନିମନ୍ତେ ବଦାନ୍ୟ ବ୍ୟକ୍ତି, ସ୍ଵଚ୍ଛାସେବୀ ସଂଗଠନ, ସରକାରଙ୍କୁ  ଆର୍ଥିକ ସହାୟତା ପାଇଁ ପରିବାର ଲୋକ  ଅନୁରୋଧ କରିଛନ୍ତି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories