www.samajalive.in
Saturday, December 6, 2025
14.1 C
Bhubaneswar

କଲକାତା ଲଜ୍ଜା: ୭ ଅଭିଯୁକ୍ତଙ୍କ ପଲିଗ୍ରାଫ ପରୀକ୍ଷା ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। କଲକାତା ସିଟି​‌ କୋର୍ଟଙ୍କ ଅନୁମତି ପରେ ଶନିବାର ସିବିଆଇ ପକ୍ଷରୁ ଦିଲ୍ଲୀରୁ ଆସିଥିବା ଫୋରେନସିକ୍‌ ବିଶେଷଜ୍ଞ ଦଳ ସହାୟତାରେ ପର୍ଯ୍ୟାୟକ୍ରମେ ଅଭିଯୁକ୍ତମାନଙ୍କର ପଲିଗ୍ରାଫ ପରୀକ୍ଷା ଆରମ୍ଭ ହୋଇଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏର ପରୀକ୍ଷା ଜେଲରେ ହେଉଛି। ଏହା ବ୍ୟତୀତ ଅନ୍ୟତମ ଅଭିଯୁକ୍ତ ତଥା ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ, ୪ କନିଷ୍ଠ ଡାକ୍ତର ଏବଂ ଅନ୍ୟ ଜଣେ କେୟାର ଟେକରର ପଲିଗ୍ରାଫ ପରୀକ୍ଷା କରାଯାଉଛି। ଏହା ଏକ ଦୀର୍ଘକାଳୀନ ପ୍ରକ୍ରିୟା ହୋଇଥିବାରୁ ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରହିପାରେ।

ଅନ୍ୟପଟେ ସନ୍ଦୀପ ଘୋଷ ମେଡିକାଲରେ ଦାୟିତ୍ଵ ନେବା ପରଠାରୁ ତାଙ୍କ ବିରୋଧରେ ଅଙ୍ଗ ଚୋରା ଚାଲାଣ, ମୃତଦେହ ଚାଲାଣ, ଯୁବତୀ ଚାଲାଣ ଭଳି ବହୁ ସାଂଘାତିକ ଅଭିଯୋଗ ଆସିଥିବାରୁ ସିବିଆଇ ତାଙ୍କୁ ବାରମ୍ବାର ଜେରା କରିଆସୁଛି। ଗତ ୮ ଦିନ ମଧ୍ୟରେ ସନ୍ଦୀପଙ୍କୁ ସିବିଆଇ ପ୍ରାୟ ୧୦୦ ଘଣ୍ଟା ଧରି ଜେରା କରିଛି। ତେବେ ଅଭିଯୁକ୍ତମାନଙ୍କର ମନ୍ତବ୍ୟ ମେଳ ଖାଉ ନ ଥିବାରୁ ସିବିଆଇ ସତ୍ୟାସତ୍ୟ ଜାଣିବା ଲାଗି ସେମାନଙ୍କର ପଲିଗ୍ରାଫ ପରୀକ୍ଷା କରିବାକୁ କୋର୍ଟରେ ଆବେଦନ କରିଥିଲା, ଯାହାକୁ ଗତ ଶୁକ୍ରବାର କୋର୍ଟ ଅନୁମୋଦନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories