www.samajalive.in
Saturday, December 13, 2025
21.1 C
Bhubaneswar

ପତ୍ନୀ କଂଗ୍ରେସ – ପତି ବିଏସ୍‌ପି: ମତଭେଦ ଯୋଗୁଁ ଘର ଛାଡ଼ିଲେ ସ୍ବାମୀ

ବାଲାଘାଟ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମଗ୍ର ଦେଶରେ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଥିବା ବେଳେ ମଧ୍ୟପ୍ରଦେଶରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଭିନ୍ନ ରାଜନୈତିକ ଦଳରୁ ପ୍ରତିନିଧିତ୍ବ କରୁଥିବାରୁ ଜଣେ ଦମ୍ପତିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଫଳରେ ଭୋଟଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଘରୁ ବାହାରି ଅନ୍ୟତ୍ର ରହିବାକୁ ସ୍ବାମୀ ଜଣକ ନିଷ୍ପତ୍ତି ନେଇଛନ୍ତି। ବିଏସ୍‌ପି ନେତା କଙ୍କର ମୁନ୍‌ଝାରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବାଲାଘାଟରୁ ପ୍ରାର୍ଥୀ ହୋଇଛନ୍ତି। ମୁନ୍‌ଝାରେ ପୂର୍ବରୁ ବିଧାୟକ ଓ ସାଂସଦଭାବେ ନିର୍ବାଚିତ ହୋଇସାରିଛନ୍ତି। ତେବେ ତାଙ୍କ ପତ୍ନୀ ଅନୁଭା ହେଉଛନ୍ତି କଂଗ୍ରେସ ବିଧାୟିକା। ତେଣୁ ଗୋଟିଏ ଛାତ ତଳେ ଭିନ୍ନ ରାଜନୈତିକ ଦଳକୁ ପ୍ରତିନିଧିତ୍ବ କରୁଥିବା ପତିପତ୍ନୀ ବାସ କରିବା କଷ୍ଟକର ହୋଇପଡୁଛି ବୋଲି ମୁନ୍‌ଝାରେ କହିଛନ୍ତି। ତେଣୁ ସେ ଶୁକ୍ରବାର ଘରୁ ବାହାରି ଭୋଟଗ୍ରହଣ (ଏପ୍ରିଲ ୧୯) ପର୍ଯ୍ୟନ୍ତ ଅନ୍ୟତ୍ର ବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ମତରେ ଯଦି ଆମେ ଏକାଠି ରହିବୁ ତେବେ ଲୋକେ କହି​‌ବେ ଏମାନଙ୍କ ମଧ୍ୟରେ ମ୍ୟାଚ ଫିକ୍ସିଂ ହୋଇଛି।

ଅପରପକ୍ଷରେ ସ୍ବାମୀଙ୍କ ଏତାଦୃଶ ନିଷ୍ପତ୍ତିରେ ଅନୁଭା ମାନସିକସ୍ତରରେ ଆଘାତ ପାଇଥିବା କହିଛନ୍ତି। ଅତୀତରେ ସେ କଂଗ୍ରେସ ପ୍ରାର୍ଥୀଭାବେ ବିଧାନସଭା ନିର୍ବାଚନ ଲଢୁଥିବାବେଳେ ତାଙ୍କ ସ୍ବାମୀ ଅନ୍ୟ ଏକ ଦଳର (ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି) ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେମାନେ ଏକାଠି ରହୁଥିଲେ। ୩୩ ବର୍ଷର ଦାମ୍ପତ୍ୟ ଜୀବନରେ କେବେବି ଏଭଳି ପରିସ୍ଥିତି ଆସିନଥିଲା ବୋଲି ଅନୁଭା କହିଛନ୍ତି। ଜଣେ ସଚ୍ଚା କଂଗ୍ରେସପ୍ରେମୀ ହୋଇଥିବାବେଳେ ଆଗାମୀ ନିର୍ବାଚନରେ ସ୍ବାମୀଙ୍କ ପରିବର୍ତ୍ତେ ବାଲାଘାଟରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ସମ୍ରାଟ ସାରସ୍ବତଙ୍କୁ ସମର୍ଥନ କରିବେ ବୋଲି ଅନୁଭା ସ୍ପଷ୍ଟ କରିଛନ୍ତି। ଅବଶ୍ୟ ପ୍ରଚାର ସମୟରେ ସ୍ବାମୀଙ୍କ ବିରୋଧରେ ପଦୁଟିଏ କହିବେ ନାହିଁ ବୋଲି ଅନୁଭା ପ୍ରତିଜ୍ଞା କରିଛନ୍ତି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories