www.samajalive.in
Friday, December 12, 2025
16.1 C
Bhubaneswar

ପିପିଲି : ବିସ୍ଫୋରକ ହେଲାଣି ରାଜନୈତିକ ହିଂସା, ତିନି ଦଳ ପାଇଁ କର ବା ମର ସ୍ଥିତି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ହାତରେ ପ୍ରଚାର ପାଇଁ ଆଉ ମାତ୍ର ୫ଦିନ। ରଣାଙ୍ଗନ ଏବେ କମ୍ପୁଛି। ବିଶେଷ କରି ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ହିଂସା କ୍ରମେ ବିସ୍ଫୋରକ ମୋଡ଼ ନେଉଛି। ଆଜି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳରେ ଏକାଧିକ ଆହତ ହୋଇଛନ୍ତି। ତିନି ଦଳ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଶାସକ ବିଜେଡିର ବରିଷ୍ଠ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ନେତା ସଙ୍ଗଠନ, ମହିଳା ଯୁବ ଓ ଛାତ୍ର ସଙ୍ଗଠନ ପ୍ରତି ପଞ୍ଚାୟତ ଘେରି ରହିଛନ୍ତି। ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରଙ୍କୁ ଜିତାଇବା ପାଇଁ ବିଜେଡି ପକ୍ଷରୁ ଯଥ ପରୋନାସ୍ତି ଉଦ୍ୟମ ଚାଲିଥିବାବ​ ‌େ​‌ଳେ ଆସନ୍ତାକାଲି ଦଳୀୟ ପ୍ରଚାରକୁ ଅଧିକ ଶକ୍ତିଶାଳୀ କରିବାକୁ ଭର୍ଚୁଆଲ ମାଧ୍ୟମରେ ଭୋଟରଙ୍କୁ ଭେଟିବାକୁ ଯାଉଛନ୍ତି। ରୁଦ୍ରଙ୍କ ଭଉଣୀ ଓ ଭିଣୋଇଙ୍କ ସମେତ ଦଳର ତାରକା ପ୍ରଚାରକ ଏଠାରେ ଜିତିବାକୁ ଦିନରାତି ଏକ କରିଥିବାବେଳେ ନବୀନ ସେଥିରେ ଶେଷ ସ୍ପର୍ଶ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ଭର୍ଚୁଆଲ ସଭାରେ ପ୍ରଚାର କରିବେ।
ଅନ୍ୟପକ୍ଷରେ ଶାସକ ଦଳର ମୁକାବିଲା ପାଇଁ ପ୍ରମୁଖ ବିରୋଧୀ ବିଜେପି କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ୨୦୧୯ ନିର୍ବାଚନରେ ପ୍ରଦୀପଙ୍କ ସହ କଡ଼ା ମୁକାବିଲା କରି ଅଳ୍ପ ଭୋଟ ବ୍ୟବଧାନରେ ହାରିଯାଇଥିବା ଆଶ୍ରିତ ପଟ୍ଟନାୟକ ନିଜେ ପ୍ରବଳ ପରିଶ୍ରମ କରୁଥିବାବେଳେ ତାଙ୍କ ପାଇଁ ବିଜେପିର ଓଡ଼ିଶା ପ୍ରଭାରୀ ଡ. ପୁରେନ୍ଦଶ୍ବରୀଙ୍କଠାରୁ ଆରମ୍ଭ କରି ଜାତୀୟ ଓ ରାଜ୍ୟସ୍ତରୀୟ ବହୁ ତୁଙ୍ଗ ନେତା ପ୍ରଚାର ଚଳାଇଛନ୍ତି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, ଲେଖାଶ୍ରୀ ସାମନ୍ତସିଂହାର, ପୃଥୀରାଜ ହରିଚନ୍ଦନ ପ୍ରଚାର କାର୍ଯ୍ୟ ତ୍ବରାନ୍ବିତ କରିଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କାଲି ପ୍ରଚାରକୁ ଓହ୍ଲାଇବେ। ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁବ୍‌ ଶୀଘ୍ର ପିପିଲି ଯାଇ ଦଳୀୟ ପ୍ରଚାରକୁ ଅଧିକ ଶାଣିତ କରିବାର ଯୋଜନା ରହିଛି।
ଅନ୍ୟପକ୍ଷରେ ପିପିଲିଗଡ଼ରୁ ସବୁବେଳେ ଶାସକ ଦଳକୁ କଡ଼ା ମୁକାବିଲା କରି ଆସୁଥିବା କଂଗ୍ରେସ ଏହାର ପ୍ରଚାର ଅଭିଯାନ ଚଳାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କରୋନା ଯୋଗୁଁ ସେ ଚିକିତ୍ସାରେ ଅଛନ୍ତି। ପ୍ରାର୍ଥୀ ପ୍ରଚାର କାର୍ଯ୍ୟରେ ଯୋଗଦେଇପାରୁ ନ ଥିବାବେଳେ ଦଳର କେନ୍ଦ୍ରୀୟ ତଥା ନେତା ସେମାନଙ୍କ ଗଡ଼ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ପ୍ରମୁଖ ଦଳର ବିଭିନ୍ନ ଛାମୁଆ ସଙ୍ଗଠନକୁ ଧରି ପ୍ରଚାର ତ୍ବରାନ୍ବିତ କରିଛନ୍ତି। ଶାସକ ଓ ବିରୋଧୀଙ୍କ ପାଇଁ ପିପିଲି ଆସନ ଏକ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସେଠାରେ ସମସ୍ତଙ୍କ ପାଇଁ ଏବେ କର ବା ମର ପରିସ୍ଥିତି। ଶାସକ ଦଳ ଏଠାରେ ବିକାଶ ଏବଂ ସ୍ବଚ୍ଛ ଆସନର ନାରା ଦେଇ ଲୋକଙ୍କ ନିକଟତର ହେବା ସହ ବିଜେଡି ପ୍ରାର୍ଥୀ ବାପାଙ୍କ ଅଧୁରା ସ୍ବପ୍ନ ପୂରଣର ଡକରା ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରମୁଖ ବିରୋଧୀ ବିଜେପି ଏଠାରୁ ପରିବର୍ତ୍ତନର ଡକରା ଦେଇ ଭୋଟରଙ୍କ ନିକଟତର ହେଉଛି। ସେପଟେ କଂଗ୍ରେସ ଭିତରେ ଅନେକ ଦୁର୍ବଳତା ସତ୍ତ୍ବେ ଦଳୀୟ ନେତା ନିଜ ଗଡ଼ ସୁରକ୍ଷା ପାଇଁ ଉଦ୍ୟମ ଚଳାଇଛନ୍ତି।
ଏସବୁ ଭିତରେ ଏବେ ଅସହିଷ୍ଣୁତା ରାଜନୈତିକ ହିଂସାର ରୂପ ନେଇଛି। ବିଶେଷ କରି ଶାସକ ଓ ବିରୋଧୀ କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଯୋଗୁଁ ହିଂସାକାଣ୍ଡରେ ଅନେକ ଆହତ ହେଲେଣି। ସୁରକ୍ଷା ଏଠାରେ କଡ଼ାକଡ଼ି କରା ନ ଗଲେ ହିଂସାକାଣ୍ଡ ପାଇଁ ପୂର୍ବରୁ ରେକର୍ଡ ଥିବା ପିପିଲିରେ ଏହା ଭୟଙ୍କର ରୂପ ନେଇପାରେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories