www.samajalive.in
Friday, December 5, 2025
20.1 C
Bhubaneswar

ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା: କଂଗ୍ରେସର ଅଭିଯୋଗ- ଶାସକ ବିଧାୟକଙ୍କୁ ବନ୍ଧକ ରଖିଛି ବିଜେପି

ନୂଆଦିଲ୍ଲୀ/ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶାସକ ଦଳର ବିଧାୟକଙ୍କୁ ବିଜେପି କିଣିବାକୁ ଉଦ୍ୟମ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଅଭିଯୋଗ କରିବା ସହିତ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛନ୍ତି। ଏହା ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ, କଂଗ୍ରେସ ଏବଂ ବିଏସପି ବିଧାୟକମାନଙ୍କୁ ବିଜେପି ବନ୍ଧକ ରଖିଛି। ୩ କଂଗ୍ରେସ ବିଧାୟକ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କୁ ବେଙ୍ଗାଲୁରୁ ନିଆଯାଇ ଲୁଚାଇ ରଖାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

କଂଗ୍ରେସ ନେତା ଦିଗବିଜୟ ସିଂହ ଏକ ଟ୍ବିଟ୍‌ କରି ବିଜେପି ନେତା ଭୂପେନ୍ଦ୍ର ସିଂହ  ବିଏସପିରୁ ନିଲମ୍ବିତ ବିଧାୟକ ରମାବାଇଙ୍କୁ ନେଇ ଦିଲ୍ଲୀ ଯାଇଥିବା କହିଥିଲେ। କିନ୍ତୁ ରମାବାଇଙ୍କ ସ୍ବାମୀ ଏହାକୁ ଖଣ୍ଡନ କରିବା ସହିତ ରମାବାଇ ଝିଅକୁ ଭେଟିବାକୁ ଦିଲ୍ଲୀ ଯାଇଥିବା କହିଥିଲେ। ଏହା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ ଦିଲ୍ଲୀ ଯିବା ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଯାଇଛି।

- Advertisement -

ଦିଗବିଜୟ ଅଭିଯୋଗ କରିଛନ୍ତି ଯେ, ବିଜେପି ନେତା ରାମପାଲ ସିଂହ, ନରୋତ୍ତମ ମିଶ୍ର, ସଞ୍ଜୟ ପାଠକ ଏବଂ ଅରବିନ୍ଦ ଭଦୌରିୟା ବିଧାୟକମାନଙ୍କୁ କଣିବାକୁ ଉଦ୍ୟମ କରୁଛନ୍ତି। ବିଜେପି କବ୍‌ଜାରେ ୬ କଂଗ୍ରେସ ବିଧାୟକଙ୍କ ସମେତ ମୋଟ ୧୧ ବିଧାୟକ ଥିବା ସେ କହିଛନ୍ତି। ଆମର ସମସ୍ତ ବିଧାୟକ ଫେରିଆସିବାକୁ ଚାହୁଁଛନ୍ତି, କିନ୍ତୁ ବିଜେପି ସେମାନଙ୍କୁ ଅଟକ ରଖିଛି ବୋଲି ଦିଗ୍‌ବିଜୟ କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories