www.samajalive.in
Saturday, December 6, 2025
14.1 C
Bhubaneswar

ନୂତନ ଥାନାକୁ ଉଦଘାଟନ କଲେ ପୂର୍ବାଞ୍ଚଳ ଆଇଜି

ନୀଳଗିରି: ରାଜ୍ୟ ପୁଲିସ ହାଉସିଂ ବୋର୍ଡ ପକ୍ଷରୁ ବାଲେଶ୍ଵର ଜିଲାର ନୀଳଗିରି ଥାନା ପରିସରରେ ଏକ ନୂତନ ଥାନା ନିର୍ମାଣ ହୋଇଥିଲେ ହେଁ ଦୀର୍ଘ ୩ବର୍ଷ ହେବ ତାହା କାର୍ୟ୍ୟକ୍ଷମ ହେଉ ନଥିଲା। ଯେଉଁଥିପାଇଁ ଉକ୍ତ ନୂତନ ଥାନା ଗୃହଟି ଫାଟି ଆଁ କରି ଯାଇଥିଲା। ସେହିପରି ପୁରୁଣା ଥାନାଟି ସଙ୍କୁଚିତ ହେଉଥିବା ଯୋଗୁଁ କରୋନା ମହାମାରୀ ସମୟରେ ପୁଲିସ ସାମାଜିକ ଦୂରତା ମଧ୍ୟ ସଠିକ ଢଙ୍ଗରେ ପାଳନ କରି ପାରୁ ନଥିଲା। ଏ ସମ୍ପର୍କରେ ମଙ୍ଗଳବାର ‘ସମାଜ’ରେ ଏକ ଖବର ପ୍ରକାଶ ପାଇଥିଲା। ତେବେ ବୁଧବାର ମଧ୍ୟାହ୍ନରେ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ନୂତନ ଥାନା ଗୃହକୁ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଉଦଘାଟନ କରିଥିବା ଦେଖିବାକୁ ମିଳିଛି। ଏହି କାର୍ୟ୍ୟକ୍ରମରେ ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ର, ନୀଳଗିରି ଏସଡିପିଓ ରୀତେଶ ମହାପାତ୍ର, ଆଇଆଇସି ପ୍ରଭଞ୍ଜନ ବେହେରା, ଖଇରା ଆଇଆଇସି ଶ୍ରୀବଲ୍ଳବ ସାହୁ, ବରହମପୁର ଓଆଇସି ରବିନାରାୟଣ ଭୂୟାଁ, ରେମୁଣା ଆଇଆଇସି, ସବଇନ୍ସପେକ୍ଟର ବାସୁଦେବ ଜୟସିଂ, ସସ୍ମିତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ନୀଳଗିରି ଥାନା ଅଞ୍ଚଳରେ ଉପଯୁକ୍ତ ପୁଲିସ ସେବା ଯୋଗାଇ ଦିଆଯିବା ସହ ତୁରନ୍ତ କର୍ମଚାରୀ ଅଭାବକୁ ପୂରଣ କରାଯିବ ବୋଲି ଆଇଜି ହିମାଂଶୁ ଲାଲ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories