www.samajalive.in
Saturday, December 6, 2025
23.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ; ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଜେରା

ମୁମ୍ବଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କୁ ପୁଲିସ ଜେରା କରିଛି। ନୋଟିସ ପାଇବା ପରେ ମହେଶ ଭଟ୍ଟ ସୋମବାର ମଧ୍ୟାହ୍ନ ୧୨ଟାରେ ମୁମ୍ବଇର ସାଣ୍ଟା କ୍ରୁଜ ଥାନାରେ ପହଞ୍ଚିଥିଲେ। ସେଠାରେ ପୁଲିସ ତାଙ୍କୁ ପ୍ରାୟ ୨ ଘଣ୍ଟା ଧରି ପଚରାଉଚରା କରିଥିବା ଜଣାପଡ଼ିଛି। ପୁଲିସ ମହେଶଙ୍କ ବୟାନ ରେକର୍ଡ କରିଛି। ତେବେ ପୁଲିସ ମହେଶଙ୍କୁ କ’ଣ ପଚାରିଥିଲା ଏବଂ ମହେଶ କି ଉତ୍ତର ଦେଇଥିଲେ ତାହା ସାମ୍ନାକୁ ଆସିନାହିଁ। ତେବେ ବଲିଉଡ୍‌ରେ ନେପୋଟିଜିମ(ଆତ୍ମୀୟତାବାଦ) ଚାଲିଛି ଏବଂ ସୁଶାନ୍ତ ଏହାର ଶିକାର ହୋଇଛନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ଉପରକୁ ପରଦା ଉଠିବ କି ନାହିଁ ତାହାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

ସୂଚନାଯୋଗ୍ୟ, ରବିବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଥିଲେ ଯେ, ସୁଶାନ୍ତ ମୃତ୍ୟୁ ମାମଲାରେ ମହେଶ ଭଟ୍ଟ ଏବଂ କରଣ ଜୋହରଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରାଯିବ। ପରେ କୁହାଯାଇଥିଲା ଯେ, କରଣଙ୍କ ମ୍ୟାନେଜର ନୁହେଁ, ବରଂ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେଟ୍ଟାଙ୍କ ବୟାନ ରେକର୍ଡ ପାଇଁ ଡକାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories