www.samajalive.in
Saturday, December 6, 2025
19.1 C
Bhubaneswar

ଓସ୍ତିଆ ପଞ୍ଚାୟତରେ ଆମ ପୁଲିସ କାର୍ଯ୍ୟକ୍ରମ

ବାଙ୍କୀ : ଶନିବାର ଦିନ ଅପରାହ୍ନରେ ଓସ୍ତିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ପୋଲିସ ସମିତି, ବାଙ୍କୀ ଥାନା ଅନୁକୂଲ୍ୟରେ ଆମ ପୁଲିସ କାର୍ଯ୍ୟକ୍ରମ ଓ ସଚେତନତା ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓସ୍ତିଆ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରାଙ୍କ ସହଯୋଗରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ଆଠଗଡ ଓ ବାଙ୍କୀର ପୋଲିସ ଅଧିକାରୀ ଆଲୋକ ରଞ୍ଜନ ରାୟ, ବାଙ୍କୀ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ, ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ରବିନ୍ଦ୍ର ପରିଡା ପ୍ରମୁଖ ଯୋଗ ଦେଇ ଆମ ପୁଲିସ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ଓ ଜନସାଧାରଣଙ୍କ ସହିତ ସମ୍ପର୍କ ଯୋଡିବାର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର ଯୋଗ ଦେଇ ପୁଲିସ ଜନତାର ବନ୍ଧୁ, ଜନସାଧାରଣଙ୍କୁ ଶୃଙ୍ଖଳିତ ସେବା ଯୋଗାଇବା ସହିତ ସର୍ବସାଧାରଣଙ୍କୁ ସୁରକ୍ଷା ଦେବା ଓ ବିଭିନ୍ନ କ୍ଷେତ୍ରରେ ନିର୍ଯତନା ଭୋଗୁଥିବା ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ପୁଲିସର ଯେଭଳି ଭୂମିକା ଅଛି ସେହି ଅନୁକ୍ରମରେ ସାଧାରଣ ଜନତାଙ୍କର ପୁଲିସକୁ ସହଯୋଗ କରିବାର ଆବଶ୍ୟକତା ଥିବା ସମ୍ପର୍କରେ ଆଲୋକପାତ କରିଥିଲେ। ଓସ୍ତିଆ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୫ଜଣ ବରିଷ୍ଠ ନାଗରିକ, ସମାଜସେବୀ ଏବଂ ଯୁବକ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ। ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମଧ୍ୟରେ ପ୍ରଫୁଲ୍ଲ ସାହୁ, ବିପିନୀ ମନ୍ତ୍ରୀ, ଗୋବର୍ଦ୍ଧନ ମହାପାତ୍ର, ଚକ୍ରଧର ସାହୁ, ସୁବାଷ ସ୍ୱାଇଁ, ବୀରବର ସାହୁ, ପଞ୍ଚାନନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ସମୟରେ କରୋନାର ମୁକାବିଲା କରିବା ପାଇଁ ଜନାଧାରଣଙ୍କର ସହଯୋଗ, ଘରୁ ନବାହାରିବା, ମାକ୍ସ ପିନ୍ଧିବା, ଗାଡି ନେଇ ବାହାରକୁ ଗଲାବେଳେ ହେଲମେଟ ସହ ଇନ୍ସୁରାନ୍ସ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରତି ଧ୍ୟାନଦେବା,ଅଯଥା ଗହଳି ନକରିବା,ଗହଳି ସ୍ଥାନକୁ ନଯିବା,ସାମାଜିକ ଦୂରତା ରକ୍ଷା କରିବା ତଥା କୋଭିଡ୍-୧୯ ନିୟମକୁ ଅନୁପାଳନ କରିବା ପାଇଁ ପୁଲିସ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ। ସେହିପରି ଜନସାଧାରଣଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନ ଗୁଡିକର ଉତ୍ତର ପୁଲିସ ପକ୍ଷରୁ ଦିଆଯାଇଥିଲା। ନାରୀ ନିର୍ଯାତନା, ପୁରୁଷ ନିର୍ଯାତନା, ଗ୍ରାମାଞ୍ଚଳରେ ଅବାଧ ମଦ କାରବାର, ବରିଷ୍ଠ ନାଗରିକ ସୁରକ୍ଷା ଦିଗରେ ପୁଲିସର ଦାୟିତ୍ୱ ଓ ଜନାଧାରଣଙ୍କର ସହଯୋଗ ସମ୍ପର୍କରେ ପୁଲିସ ସମିତି ଅନୁକୂଲ୍ୟରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories