www.samajalive.in
Monday, December 8, 2025
27.1 C
Bhubaneswar

ପୁରୁଷ ବନ୍ଧ୍ୟା କରଣ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ : ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିବିଧ ପ୍ରକାରର ଜନ୍ମ ନିୟନ୍ତ୍ରଣ ପଦ୍ଧତି କାର୍ଯ୍ୟକାରୀ ହେଉଛି। ମହିଳା ମାନଙ୍କର ସ୍ଥାୟୀ ବନ୍ଧ୍ୟା କରଣ ନିମନ୍ତେ ଅସ୍ତ୍ରୋପ୍ରଚାର ଦୀର୍ଘ ବର୍ଷ ହେଲା କରାଯାଉଛି। ଏବେ ମହିଳା ଅସ୍ତ୍ରୋପ୍ରଚାର ଅପେକ୍ଷା ପୁରୁଷ ବନ୍ଧ୍ୟା କରଣ କରିବା ପାଇଁ ସରକାର ପ୍ରୋତ୍ସାହନ ଓ ଜନ ସଚେତନତାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ନଭେମ୍ବର ୨୫ତାରିଖରୁ ପୁରୁଷ ବନ୍ଧ୍ୟା କରଣ ସଚେତନତା ରଥ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗାଁକୁ ଗାଁ ଗଡି ଜନଜାଗରଣ କରୁଥିଲା ବେଳେ ଶନିବାର ଅପରାହ୍ନରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କଳାପଥର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା ପଦଯାତ୍ରା ପରିକ୍ରମା କରିଛି। ଏଠାରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଆଶା କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ହାତରେ ପୁରୁଷ ବନ୍ଧ୍ୟା କରଣ ପ୍ରଚାର ପତ୍ର ପ୍ରଦର୍ଶନ କରି ପୁରୁଷ ବନ୍ଧ୍ୟା କରଣ ପଦ୍ଧତି ଏକ ସହଜ, ସରଳ ଏବଂ ସୁରକ୍ଷିତ ବ୍ୟବସ୍ଥାରେ ଜନସଂଖ୍ୟା ବଷ୍ଫୋରଣକୁ ରୋକାଯାଇ ପାରିବ ବୋଲି ଆଲୋକପାତ କରାଯାଇଛି। ଏଥିପାଇଁ ପୁରୁଷ ମାନେ ସାମିଲ ହୋଇ ବନ୍ଧ୍ୟା କରଣ ଅସ୍ତ୍ରୋପ୍ରଚାର କରିବାକୁ ଆଗେଇ ଆସିବା ପାଇଁ ନିବେଦନ କରାଯାଇଛି। ପୁରୁଷ ମାନଙ୍କ ପାଇଁ ଏହାର କୌଣସି ପ୍ରତିକ୍ରିୟା ନାହିଁ ଏବଂ ସେବା ଗ୍ରହଣ କାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ୨ହଜାର ଟଙ୍କାର ପ୍ରୋହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ଥିବା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ପରିବାର ନିୟୋଜନରେ ପୁରୁଷଙ୍କର ଭାଗୀଦାରି ଜୀବନରେ ଆଣେ ସ୍ୱାସ୍ଥ୍ୟ ଓ ଖୁସିର ଲହରୀ ବୋଲି କର୍ମୀ ମାନେ ଶ୍ଲୋଗାନ ଦେଇ ସଂକ୍ଷିପ୍ତ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ନଭେମ୍ବର  ୨୮ରୁ ଡିସେମ୍ବର ୪ତାରିଖ ମଧ୍ୟରେ ପୁରୁଷ ବନ୍ଧ୍ୟା କରଣ ସେବା ପ୍ରଦାନ ସପ୍ତାହ ପାଳନ ଅବସରରେ ଏହି ପ୍ରକ୍ରୀୟାକୁ ଯୋରଦାର କରାଯାଇଛି। ଡାକ୍ତର କାନେଜା ଫତେମା,ପ୍ରଦୀପ କୁମାର ସାହୁ,ବିଶ୍ୱ ଭୂଷଣ ବାହୁବଳେନ୍ଦ୍ର,ମାନସ ରଞ୍ଜନ ଜେନା,କୁଞ୍ଜଲତା ମହାପାତ୍ର,ମୀନତି ସାହୁ,ରୀତାଞ୍ଜଳି ଦେଇ,ହରିପ୍ରିୟା ଦାସ,ଉର୍ମିଳା ବେହେରା ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories