ମାଲକାନଗିରି: ଆଜି ମାଲକାନଗିରି ଜିଲା ଗସ୍ତରେ ପୁଲିସ ଆଇଜି ଅମିତାଭ ଠାକୁର ଯାଇଛନ୍ତି। ତାଙ୍କ ସହିତ ଗୁଇନ୍ଦା ନିର୍ଦେଶକ ଆର୍.କେ.ଶର୍ମା, ଏସଓଜି କମାଣ୍ଡେଣ୍ଟ ଅନିରୁଦ୍ଧ ସିଂ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିମ ଅହମ୍ମଦ ଖାନ ପ୍ରମୁଖ ସାମିଲ ହୋଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ମାଲକାନଗିରି ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ମାଲକାନଗିରି ଏସ୍ପି ଓ ବିଏସଏଫ ଅଧିକାରୀଙ୍କ ସହ ନକ୍ସଲ ମୁକାବିଲା ନେଇ ନୂତନ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀମାନେ ଗତକାଲି ନକ୍ସଲ ଏକାଉଣ୍ଟରରେ ସାମିଲ ହୋଇଥିବା ଜବାନମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଆଗାମୀ ଦିନରେ ସ୍ବାଭିମାନ ଅଞ୍ଚଳରେ ଆହୁରି ଦୁଇଟି ବିଏସଏଫ କ୍ୟାମ୍ପ ସ୍ଥାପନ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି।
ମାଲକାନଗିରି ଗସ୍ତରେ ପୁଲିସ ଆଇଜି ଅମିତାଭ ଠାକୁର, ନକ୍ସଲ ମୁକାବିଲା ନେଇ ପ୍ରସ୍ତୁତ ହେବ ନୂଆ ରଣନୀତି
Popular Categories



