www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶାର ୧୪ ଜଣଙ୍କୁ ମିଳିବ ପୁଲିସ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୁଲିସ ପଦକ ସମ୍ପର୍କରେ ଘୋଷଣା କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ପୁଲିସ ପଦକ ତାଲିକାରେ ୧୪ ଜଣ ଓଡିଶାର ପୁଲିସ ରହିଛନ୍ତି। ତଦନୁଯାୟୀ ଓଡ଼ିଶାର ୧୪ ପୁଲିସଙ୍କୁ ରାଷ୍ଟ୍ରପତି ଓ ପୁଲିସ ପଦକ ପ୍ରଦାନ କରାଯିବ । ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୁଲିସଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଭିଜିଲାନ୍ସ ଡିଏସପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଳ ବିରଞ୍ଜି ନାରାୟଣ ସାହୁ ।

ସେହିପରି ୧୨ ପୁଲିସ କର୍ମଚାରୀଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ । ଭିଜିଲାନ୍ସ ଏଏସପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର ଏସିପି ଅନୀଲ ମିଶ୍ର ଓ ଡିଏସପି ଅନୁପମା ମହାପାତ୍ରଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ । ସେହିପରି ଏଡିଏସପି ରାଜକିଶୋର ପାଇକରାୟ, ଇନସ୍ପେକ୍ଟର ଅଜୟ ଦାସ, ଇନସ୍ପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନସ୍ପେକ୍ଟର ସରୋଜ ପଟେଲ, ଇନସ୍ପେକ୍ଟର ନିର୍ମଳା ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମରଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories