ଧାମରା : ଧାମରାରେ ପଂଚାୟତ ନିର୍ବାଚନ ପାଇଁ ସମସ୍ତ ସଜବାଜ ଶେଷ ପର୍ଯ୍ୟାୟରେ। ଏହି ନିର୍ବାଚନ ପାଇଁ ସାଧାରଣ ପ୍ରଶାସନ ଅଣ୍ଟା ଭିଡିଥିବା ବେଳେ କେଉଁଠି ଗଣ୍ଡଗୋଳକୁ ପୁଲିସ ସାମନା କରି ଅକ୍ତିଆରକୁ ଆଣିବାରେ ସକ୍ଷମ ହେବକି ? ଧାମରା, କଇଥଖୋଲା,ସିଙ୍ଗା ବଜାରରେ ନିର୍ବାଚନୀ ହିଂସାକୁ ରୋକିବା ପାଇଁ ପୁଲିସର ଫ୍ଲାଗ ମାର୍ଚ୍ଚ ଚାଲିଛି ମାତ୍ର ଏହା ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ । ରାତି ୧୦ଟା ପରେ ବଜାର ଶୂନଶାନ ହୋଇପଡିଥିବା ବେଳେ ଚୋରୀକୁ ରୋକିବା ପାଇଁ ପୁଲିସ ପ୍ରଶାସନ ସଜାଗ ନଥିବା ଜଣାଯାଇଛି । ରବିବାର ବିଳମ୍ବିତ ରାତିରେ ଧାମରା ବଜାରରେ ଥିବା ଏକ ଜେରକ୍ସ ଦୋକାନର କବାଟ ଭାଙ୍ଗି ନଗଦ ଟଙ୍କା ସହ ମୋବାଇଲ ଉପକରଣ ସାମଗ୍ରୀ ଗୁଡିକ ଚୋରୀ ହୋଇଥିବା ଜଣାଯାଇଛି। କେଉଁ ପରିସ୍ଥିତିରେ ପୁଲିସ ଫ୍ଲାଗ ମାର୍ଚ୍ଚ ଚାଲିଥିବା ବେଳେ ରାତିରେ ପୁଲିସର ପଇଁତରା ଚାଲୁନାହିଁ ତାହା ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଧାମରାରେ ୨ଟି ଥାନା ଥିବା ସତ୍ୱେ ପୁଲିସର ନୀରବତା ସାଧାରଣ ଜୀବନଯାତ୍ରାକୁ ସ୍ୱାଭବିକ କରିବାରେ ସକ୍ଷମ ହେଉନଥିବା ବେଳେ ନିର୍ବାଚନୀ ହିଂସାକୁ ରୋକିବାରେ ପୁଲିସ ପ୍ରଶାସନ କେଦ ସଫଳ ହେବ? ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।
ଧାମରାରେ ନିର୍ବାଚନ ପାଇଁ ପୁଲିସର ଫ୍ଲାଗ ମାର୍ଚ୍ଚ, ରୋକି ପାରୁନାହିଁ ଚୋରୀ
Popular Categories



