www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଚାୟତ ନିର୍ବାଚନ : ଟିଉସନ ସାର୍ ସରପଞ୍ଚ ପ୍ରାର୍ଥୀ 

ହରଭଙ୍ଗା : ନିଶା ଥିଲା ପାଠପଢା ପରେ ଖଣ୍ଡିଏ ଚାକିରୀ କରିବି । ଚାକିରୀ ନ ମିଳିବାରୁ ୧୯୯୧ରୁ ଟିଉସନ କରି ଅଞ୍ଚଳର ପିଲାଙ୍କୁ ଶିକ୍ଷିତ କରାଇବା ପେଶାକୁ ସେ ଆଦରି ନେଇଥିଲେ ।ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଟିଉସନ କରି ଯୁକ୍ତ ଦୁଇ, ଯୁକ୍ତ ତିନି ଏବଂ ମାଟ୍ରିକ ପିଲାଙ୍କୁ ଶିକ୍ଷାଦାନ ତାଙ୍କର ଏପର୍ଯ୍ୟନ୍ତ ଜାର ରିହିଛି । ଅନେକ ସମୟରେ ସମାଜସେବା କରି ଗରିବ ନିଷ୍ପେସିତ ଲୋକଙ୍କୁ ସାହାଯ୍ୟ କରିବା ଦୁର୍ବଳତା ମଧ୍ୟ ତାଙ୍କର ରହିଛି। ଶେଷରେ ସମାଜସେବା କରିବା ଉଦେଶ୍ୟରେ ଇଂରାଜୀ ସମ୍ମାନରେ ସ୍ନତକତୋର କରିଥିବା ଜଣେ ଉଚ୍ଚ ଶିକ୍ଷିତ ଟିଉସନ ସାର ରାଜନୀତିକୁ ଓହ୍ଲେଇବା ଘଟଣା ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କଂରଜକଟା ଗ୍ରାମର ନିହାର କୁମାର ଘୋଷଙ୍କ ଭଳି ଜଣେ ଟିଉସନ ସାର ଏଥର ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରୁ ସରପଞ୍ଚ ଭାବେ ପ୍ରାର୍ଥୀ ହୋଇଛନ୍ତି।  କଂରଜକଟା ପଞ୍ଚାୟତରୁ ଏଭଳି ଜଣେ ଉଚ୍ଚଶିକ୍ଷିତ ସରପଞ୍ଚ ପ୍ରାର୍ଥୀ ହୋଇଥିବାରୁ ତାଙ୍କଠାରୁ ପଞ୍ଚାୟତବାସୀ ବହୁତ କିଛି ଆଶା କରୁଛନ୍ତି। ଗରିବ ଲୋକଙ୍କ ପାଖରେ ସରକାରୀ ଯୋଜନା କିପରି ପହଞ୍ଚି ପାରିବ ସେ ଉଦେଶ୍ୟରେ ସରପଞ୍ଚ ହେବା ପାଇଁ ନିର୍ବାଚନ ଲଢୁଥିବା ନିହାର କହିଛନ୍ତି । କଂରଜକଟା ପଞ୍ଚାୟତର ଏଭଳି ଜଣେ ଉଚ୍ଚ ଶିକ୍ଷିତ ସରପଞ୍ଚ ପ୍ରାର୍ଥୀକୁ ଭୋଟର କିଭଳି ଗ୍ରହଣ କରୁଛନ୍ତି ତାକୁ ନେଇ ରାଜନୈତିକ ଅଙ୍କକଷା ଜୋର ଧରିଛି ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories