ଗୋପାଳପୁର : ଆଉ ମାତ୍ର ୧୧ ଦିନ ପରେ ରଙ୍ଗେଇଲୁଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟଦାନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରାର୍ଥୀ ମାନଙ୍କ ପକ୍ଷରୁ ନିଜ ନିଜର ସମର୍ଥକଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କୁ ଜୋର ଦାର କରିଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ନିଜେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ବିଭିନ୍ନ ଗାଁ ଗସ୍ତ କରି ସାଧାରଣ ଜନତାଙ୍କ ସହ ସିଧାସଳଖ ମିଶି ଗାଁ ରେ କୌଣସି ଅଶାନ୍ତକର ବାତାବରଣ ସୃଷ୍ଟି ହେବା କିମ୍ବା ପ୍ରାର୍ଥୀ ମାନଙ୍କ ପକ୍ଷରୁ ଭୋଟରଙ୍କୁ ଡରାଇବା ଧମକ ଦେବା ଭଳି ସ୍ଥିତି ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ଶ୍ରୀ ମିଶ୍ର ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା, କନିଷି, ପଞ୍ଚମା, ହଳଦିଆପଦର ପ୍ରଭୃତି ଗାଁ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



