ବଡ଼ମ୍ବା : ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗମେଇ ଗ୍ରାମ ମହାନଦୀ କୂଳରୁ ସୋମବାର ଅପରାହ୍ନରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ନଦୀରେ ଗାଧୋଉଥିବା ବେଳେ ଏହି ଶବଟି ନଦୀର ଉପରମୁଣ୍ଡରୁ ଭାସି ଆସି ହଠାତ୍ କୂଳରେ ଲାଗିଥିଲା। ଏହା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏବଂ ଅଗ୍ନିଶମ ବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଶବଟି ଅତିମାତ୍ରାରେ ପଚିସଢି ଯାଇଥିବାରୁ ଏବଂ ତାହା ଚିହ୍ନଟ କରିବା ତ ଦୂରେ ଥାଉ ଉଠାଇବା ସମ୍ଭବପର ହୋଇନଥିଲା । ପୁଲିସ ଅନ୍ୟଉପାୟ ନପାଇ ଡାକ୍ତର ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ହିଁ ଶବ ବ୍ୟବଛେଦ କରାଇଥିଲେ। ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ତପନ କୁମାର ପରିଡ଼ାଙ୍କ ଉପସ୍ଥିତିରେ ସଂପୃକ୍ତ ଅଚିହ୍ନା ଶବଟିର ଅନ୍ତିମ ସତ୍କାର କରାଇଥିବା ଜଣାଯାଇଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଏହି ଶବଟି ଜଣେ ମାନସିକ ବିକାରଗ୍ରସ୍ତ ପୁରଷର ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଅନୁମାନ କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବଡ଼ମ୍ବା ଥାନାରୁ ଜଣାଯାଇଛି।
Popular Categories



