www.samajalive.in
Saturday, December 6, 2025
16.1 C
Bhubaneswar

ବଡ଼ଚଣା ଆଇଆଇସି ନିଲମ୍ବିତ

ଭୁବନେଶ୍ଵର: ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଯାଜପୁର ଜିଲା ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ପୁଲିସ ଡିଜି ନିଲମ୍ବିତ କରିଛନ୍ତି। ଆଇଆଇସି ଜେନା ଗତ ରବିବାର ରାତିରେ ପୁରୀ ଯାଇ ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଲକଡାଉନ ନିୟମ ଉଲ୍ଲଂଘନ କରି ଜେନା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଦକ୍ଷିଣ ଦ୍ବାରରେ ସୁରକ୍ଷାକର୍ମୀ ତାଙ୍କୁ ବାରଣ କରିଥିଲେ ହେଁ ସେ ଖାତିର ନ କରି ମନ୍ଦିର ଭିତରକୁ ଯାଇଥିଲେ। ପରେ ମନ୍ଦିର ଭିତରେ ସେବାୟତମାନେ ବିରୋଧ ବିରୋଧ କରିବାରୁ ସେ ଓ ତାଙ୍କର ପରିବାର ଲୋକେ ଉତ୍ତର ଦ୍ବାର ଦେଇ ବାହାରକୁ ଚାଲିଆସିଥିଲେ। ଖବର ପାଇ ସିଂହଦ୍ବାର ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଜେନାଙ୍କ ନାମରେ ଏ ନେଇ ସିଂହଦ୍ବାର ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ପରେ ରାଜ୍ୟ ପୁଲିସ ମହାନିର୍ଦେଶକ ଆଇଆଇସି ଜେନାଙ୍କୁ ନିଲମ୍ବନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories