ଭୁବନେଶ୍ୱର : ପୂର୍ବତନ ପୁଲିସ ଡିଜି ଜନ ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ରାଜ୍ୟ ପୁଲିସ ଡିଜି ଅଭୟ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଗତକାଲି ରାତିରେ ସେ କରୋନାରେ ପ୍ରାଣ ତ୍ୟାଗ କରିଛନ୍ତି।
ଏହାସହ ଦେ ଟ୍ୱିଟରେ ଲେଖିଛନ୍ତି , ଫୁଲବାଣୀର ଏକ ଦୂର ଆଦିବାସୀ ଗ୍ରାମରୁ ଆସି ଡିଜି ପର୍ଯ୍ୟନ୍ତ ତାଙ୍କ ଜୀବନୀ ଓ ଜୀବନଯାତ୍ରା ଖୁବ ପ୍ରେରଣାଦାୟକ ଥିଲା। ସେ ଖୁବ ଭଦ୍ର, ନମ୍ର ଥିଲେ। ତାଙ୍କୁ ଆମେ ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ପୂର୍ବତନ ପୁଲିସ ଡିଜି ଜନ ନାୟକ ୨୦୦୨ ମସିହାରେ ଅବସର ନେଇଥିଲେ ।
ପୂର୍ବତନ ପୁଲିସ ଡିଜି ଜନ ନାୟକଙ୍କ ପରଲୋକ
Popular Categories



