www.samajalive.in
Saturday, December 6, 2025
14.1 C
Bhubaneswar

ଆଦିବାସୀ ନାବାଳିକାଙ୍କୁ ନିଶା ଦେଇ ୨ ମାସ ଧରି ଦୁଷ୍କର୍ମ, ଅଭିଯୁକ୍ତ ଅଟକ

ବଲାଣି: କେନ୍ଦୁଝର ଜିଲା ବଲାଣି ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ପଡ଼ିଶା ଘରର ଯୁବକ ଜୀବନରେ ମାରିଦେବାକୁ ଧମକ ଦେବା ସହିତ ନିଶା ଦ୍ରବ୍ୟ ଖୁଆଇ ୨ମାସ ଧରି ଦୁଷ୍କର୍ମ କରିଛି। ଘଟଣା ପଦାକୁ ଆସିବା ପରେ ପୀଡ଼ିତାଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଜଣକ ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ)ର ବଲାଣି ଖଣିରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ଜଣ ପଡ଼ିଶା ଘରର ଜଣେ ଆଦିବାସୀ ନାବାଳିକାଙ୍କୁ ଫୁସୁଲାଇ ତାଙ୍କ ଘରକୁ ନେଇଯାଇ ରାତିସାରା ଦୁଷ୍କର୍ମ କରିଥିଲା । ତେବେ ପୀଡ଼ିତାଙ୍କ ପରିବାର ଲୋକେ ରାତି ସାରା ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା । ତେବେ ପର ଦିନ ସକାଳ ପ୍ରାୟ ୮ଟାରେ ଝିଅ ଅଭିଯୁକ୍ତ ଘରୁ ବାହାରିଥିଲା । ତାଙ୍କ ବାପା ପଚାରିବାରୁ ଝିଅ ଭୟଭୀତ ହୋଇ ନିକଟ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା ବୋଲି କହିଥିଲା । ତେବେ ପରିବାର ଲୋକେ ବୁଝାସୁଝା କରି ପୁଣି ପଚାରିବାରୁ ସେ ସବୁ ସତକଥା କହିଥିଲେ। ଅଭିଯୁକ୍ତ ଜଣକ ତା’କୁ ଦୁଇମାସ ଧରି ଜୀବନରେ ମାରିଦେବାର ଧମକ ଦେଇ ତାଙ୍କ ସହିତ ଦୁଷ୍କର୍ମ କରୁଥିବା କହିଥିଲେ। ଏପରି କି ଦୁଷ୍କର୍ମ କରିବା ପୂର୍ବରୁ ଅଭିଯୁକ୍ତ ତାଙ୍କୁ କିଛି ନିଶା ଦ୍ରବ୍ୟ ଖୁଆଇ ଦେଉଥିବା କହିଥିଲେ। ଏହା ପରେ ପରିବାର ଲୋକେ ସ୍ଥାନୀୟ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚଙ୍କ ସହାୟତାରେ ବଲାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବଲାଣି ପୁଲିସ ଲିଖିତ ଅଭିଯୋଗକୁ ଆଧାର କରି ପୀଡିତାକୁ ଡାକ୍ତରୀ ମାଇନା ନିମନ୍ତେ ହସ୍ପିଟାଲକୁ ପଠାଇବା ସହିତ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories