ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର ଆେୟାଗ। ମାମଲା ରୁଜୁ ସହ ପୁଲିସ ଆୟୁକ୍ତଙ୍କୁ ରିପୋର୍ଟ ତଲବ କରିଛନ୍ତି। ମେ’ ୨୦ ସୁଦ୍ଧା ସବିେଶଷ ବିବରଣୀ ଦାଖଲ କରିବାକୁ କୁହାଯାଇଛି। ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ କାବୁ କରିବାଠାରୁ ଆରମ୍ଭ କରି ଶବ ବ୍ୟବଚ୍ଛେଦ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ରବିବାର ସନ୍ଧ୍ୟାରେ ବ୍ରହ୍ମେଶ୍ବରପାଟଣା ଛକରୁ ପ୍ରଦୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ସାଇକଲ ଚୋରି ଅଭିଯୋଗରେ ଉଠାଇ ନେଇଥିଲା। ଥାନାରେ କିଛି ଘଣ୍ଟା ରହିବା ପରେ େସ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ରାଜଧାନୀ ଚିକିତ୍ସାଳୟ ନିଆଯାଇଥିଲାବେଳେ େସଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପ୍ରଦୀପ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ହରିଆ ଛକରେ ରହୁଥିବାବେଳେ ତାଙ୍କ ନିଜ ଘର ଖୋର୍ଦ୍ଧା ଜିଲା ଟାଙ୍ଗି ଥାନା ଅଧୀନ ଭୁଷଣ୍ଡପୁର ବାଲିପାଟପୁର େବାଲି ଜଣାପଡିଥିଲା। ଅନ୍ୟପକ୍ଷରେ ମୃତ ବ୍ୟକ୍ତିଙ୍କ ପତ୍ନୀ ବନିତା ଚୌଧୁରୀ ଅଭିଯୋଗ କରିଥିଲେ ଯେ, ପୁଲିସ ପ୍ରଦୀପଙ୍କ ବଦଳରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଚୌଧୁରୀଙ୍କୁ ଉଠାଇ ନେବାପରେ ହାଜତରେ ନିର୍ଯାତନା ଦେଇ ମାରିଦେଇଛି। ସୋମବାର ରାଜଧାନୀ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଦେବେନ୍ଦ୍ରଙ୍କ ପ୍ରଥମ ପତ୍ନୀ ମନୋରମା ସାହୁ ପହଞ୍ଚି ମୃତ ବ୍ୟକ୍ତି େଦବେନ୍ଦ୍ର ନୁହଁ ବରଂ ପ୍ରଦୀପ ବୋଲି କହିଥିଲେ। ତେବେ ମୃତକଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ପୁଲିସ କହିଛି। ମାମଲାର ତଦନ୍ତ କରିବା ଲାଗି ଏଚଆରପିସିକୁ ଦାୟିତ୍ବ ପ୍ରଦାନ କରାଯାଇଛି।
ଥାନା ସିସିଟିଭି ଜବତ
ଭୁବନେଶ୍ୱର: ବଡଗଡ ଥାନା ହାଜତ ମୃତ୍ୟୁ ମାମଲାର ତଦନ୍ତ ମାନବାଧିକାର ସୁରକ୍ଷା ଶାଖା(ଏଚଆରପିସି) ଆରମ୍ଭ କରିଛି। ଏଚ୍ଆର୍ପିସିର ନିରୀକ୍ଷକ ପ୍ରମୋଦ କୁମାର ପଟ୍ଟନାୟକ ବୁଧବାର ଥାନାକୁ ଯାଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଦୀପର ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ଏଯାବତ ହସ୍ତଗତ ହୋଇନି। କିନ୍ତୁ ସେଦିନର ଥାନାର ଡିସିଓ(ଡାଇରି ଚାର୍ଜ ଅଧିକାରୀ) କିଏ ଥିଲେ? କେଉଁ ସମୟରେ ପ୍ରଦୀପ ଥାନାକୁ ଆସିଥିଲା? ଥାନାରେ କେଉଁ ଅଧିକାରୀ ତାଙ୍କୁ ଜେରା କରୁଥିଲେ? ଜେରା ସମୟରେ ଥାନାରେ ଲାଗିଥିବା ଫଟୋ ଉତ୍ତୋଳନକାରୀ ଯନ୍ତ୍ରରେ କ’ଣ ସବୁ ଦୃଶ୍ୟ ରହିଛି। କେଉଁ ସମୟରେ ପ୍ରଦୀପକୁ ଡାକ୍ତରଖାନା ନିଆଗଲା। ପ୍ରଦୀପର ପରିବାର ଲୋକଙ୍କୁ କେତେବେଳେ ଖବର ଦିଆଗଲା। ପ୍ରଦୀପ ନାଁରେ କିଛି ମାମଲା ଥିଲା କି? ପ୍ରଦୀପଠାରୁ ଯେଉଁ ସାଇକଲ ଜବତ ହୋଇଛି ତାହା ଚୋରି ସାଇକଲ କି, ନୁହେଁ। ଏ ସମସ୍ତ ବିଷୟରେ ନିରୀକ୍ଷକ ଶ୍ରୀ ପଟ୍ଟନାୟକ ପଚରାଉଚରା କରିଥିଳେ। ପରେ ଥାନାରେ ଲାଗିଥିବା ସେଦିନର ଅନ୍ୟପକ୍ଷରେ ପ୍ରଦୀପର ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ଲକ୍ଷ୍ମୀଧର ବେହେରାଙ୍କ ସୂଚନା ଅନୁସାରେ ପ୍ରଦୀପର ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିଲା। ତାଙ୍କର ମୃତ୍ୟୁ ସନ୍ଦେହଜନକ ହୋଇଥିବାରୁ ପ୍ରଦୀପର ହୃଦୟରେ କିଛି ସମସ୍ୟା ଥିବା ସନ୍ଦେହ କରାଯାଉଛି। କେଉଁ କାରଣରୁ ତା’ର ମୃତ୍ୟୁ ଘଟିଲା। ସେ ସବୁ ଜାଣିବା ଲାଗି ପ୍ରଦୀପର ହୃଦୟ, ସେଦିନ ସେ କ’ଣ ଖାଦ୍ୟ ଖାଇଥିଲା, ତା’ର ଚୁଟି ଓ ନଖ ଆଦିକୁ ଯାଞ୍ଚ ଲାଗି ପରୀକ୍ଷାଗାରକୁ ପଠାଯାଇଛି। କେଉଁ କାରଣ ଯୋଗୁଁ ପ୍ରଦୀପର ମୃତ୍ୟୁ ଘଟିଛି ତାହା ଏଯାବତ ସ୍ପଷ୍ଟ ହୋଇପାରିନି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଦୀପ ନାଁରେ ବଡଗଡ ଥାନାରେ କୌଣସି ଚୋରି ମାମଲା ନ ଥିବା ବେଳେ ସେ କ’ଣ ପାଇଁ ଥାନାକୁ ନେଲା। ପ୍ରଦୀପଠାରୁ ପୁଲିସ ଜବତ କରିଥିବା ସାଇକଲର ମାଲିକ କିଏ ତାହା ସ୍ପଷ୍ଟ ହୋଇନଥିବା ବେଳେ କିପରି ତାହା ଚୋରି ସାଇକଲ ବୋଲି ସନ୍ଦେହ କରି ତାଙ୍କୁ ଥାନାକୁ ନିଆଯାଇଥିଲା। ପ୍ରଦୀପ ଏବେ ଦେବେନ୍ଦ୍ର ଚୌଧୁରୀ ହୋଇ ଚୋରି ଭଳି କାର୍ଯ୍ୟରୁ ନିବୃତ୍ତ ରହିଥିଲେ ବୋଲି ତାଙ୍କ ସ୍ତ୍ରୀ ବନିତା ଚୌଧୁରୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରକୃତ ଦେବେନ୍ଦ୍ର ସହିଦନଗର ଥାନାରେ ହାଜର ହୋଇ ତାଙ୍କ ପ୍ରଥମ ସ୍ତ୍ରୀ ବନିତାଙ୍କ କଥା ପୁଲିସ ଆଗରେ ବଖାଣିବା ସହ ପ୍ରଦୀପ ତାଙ୍କ ନାଁକୁ ବ୍ୟବହାର କରି ଅପରାଧ କରୁଥିଲା ବୋଲି କହିଛନ୍ତି।



