www.samajalive.in
Saturday, December 13, 2025
21.1 C
Bhubaneswar

ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣା; ରାୟଗଡ଼ାରୁ ଅଭିଯୁକ୍ତ ସାଧୁ ଗିରଫ, ଆଶ୍ରମ ପରିସରରେ ସୁରକ୍ଷା କଡ଼ାକଡ଼ି

ଫୁଲବାଣୀ: କନ୍ଧମାଳ ଜିଲାରେ ବିଶ୍ବ ହିନ୍ଦୁ ପରିଷଦ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦ୍ବାରା ସ୍ଥାପିତ ଜଲେଶପଟା କନ୍ୟାଶ୍ରମକୁ ବୋମାରେ ଉଡ଼ାଇଦେବା ଏବଂ ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଜଣେ ସାଧୁଙ୍କୁ ଗିରଫ କରିଛି ପୁଲିସ। ତାଙ୍କୁ ରାୟଗଡ଼ାରୁ ଗିରଫ କରାଯାଇଛି। ତାଙ୍କ ନାଁ ମହାଦେବ ମହାରାଜ ବୋଲି କନ୍ଧମାଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେ ପୂର୍ବରୁ ଚକାପାଦ ଆଶ୍ରମ ଏବଂ ପରବର୍ତ୍ତୀ ସମୟରେ ଜଲେଶପେଟା ଆଶ୍ରମରେ ରହୁଥିଲା। ଜଲେଶପେଟା ଆଶ୍ରମରେ ରହୁଥିବାବେଳେ ସ୍ବାମୀଜୀଙ୍କ ସହିତ ମନାନ୍ତର ହୋଇଥିଲା ବୋଲି ପୁଲିସ କହିଛି।

ଅନ୍ୟପଟେ ଆଶ୍ରମକୁ ଉଡ଼ାଇଦେବା ଧମକ ମିଳିବା ପରେ ସେଠା​‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରବିବାର ଜଣେ ଅଧିକାରୀ କହିଛନ୍ତି ଯେ, ଜଲେଶପଟାରେ ଗୁରୁକୂଳ ସଂସ୍କୃତ କନ୍ୟାଶ୍ରମର ପ୍ରମୁଖ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ୨୪ ଘଣ୍ଟା ଭିତରେ ୨ ଥର ହତ୍ୟା ଧମକ ମିଳିଛି। ଏହା ପରେ ସ୍ବାମୀଜୀଙ୍କ ପକ୍ଷରୁ ଜିଲା ମୁଖ୍ୟାଳୟରୁ ପ୍ରାୟ ୧୨୫ କିଲୋମିଟର ଦୂର ତୁମୁଡ଼ିବନ୍ଧ ଥାନାରେ ଏତଲା ରୁଜୁ କରାଯିବା ସହିତ ଆଶ୍ରମ ପାଇଁ ସୁରକ୍ଷା ଦାବି କରାଯାଇଛି।

- Advertisement -

ବାଲିଗୁଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ ପୂଜାରୀ କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ସ୍ବାମୀଜୀଙ୍କୁ ଟେଲିଫୋନ ଜରିଆରେ ପ୍ରଥମ ଧମକ ମିଳିଥିଲା। ରବିବାର ସକାଳେ ପୁଣି ଥରେ ସେହି ନମ୍ବରରୁ ଧମକ ମିଳିଥିଲା। ପୁଲିସ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆଶ୍ରମ ପରିସରରେ ସଶସ୍ତ୍ର ବଳ ମୁତୟନ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଅଭିଯୋଗ ହେବା ପରେ ତୁରନ୍ତ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ ଆଶ୍ରମକୁ ଯାଇ ସୁରକ୍ଷା ବ୍ୟବସ୍ଥା କରିଥିଲେ। ଫୋନରେ ଆଶ୍ରମକୁ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଇଥିଲା, ସେଥିପାଇଁ ଏକ ବୋମା ନିରୋଧୀ ଟିମ୍‌ ଆଶ୍ରମ ଚାରିପଟେ ସର୍ଚ୍ଚ ଅପରେଶନ କରିଛି।

ଏହି ଆଶ୍ରମରେ ବର୍ତ୍ତମାନ ୯୦ ଅନ୍ତେବାସୀ ରହୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଅନାଥ ରହିଛନ୍ତି। ଏମାନେ ସମସ୍ତେ ଜନଜାତି ପରିବାରରୁ ଆସିଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ତାଙ୍କର ୪ ସମର୍ଥକଙ୍କୁ ୨୦୦୮ ଅଗଷ୍ଟ ୨୩ରେ ହତ୍ୟା କରାଯିବା ପରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହାକୁ ଧ୍ୟାନରେ ରଖି ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ନିଜକୁ, ଅନ୍ତେବାସିନୀମାନଙ୍କୁ ଏବଂ ସ୍ବୟଂସେବକମାନଙ୍କୁ କଡ଼ା ସୁରକ୍ଷା ଯୋଗାଇଦେବା ଲାଗି ଦାବି କରିଥିଲେ।

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ହୋଇଥିଲା ସାମ୍ପ୍ରଦାୟିକ ଦଙ୍ଗା

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ଦୁଇମାସ ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ ମାଓବାଦୀମାନଙ୍କର ହାତ ଥିବା ପୁଲିସ ସନ୍ଦେହ କରିଥିଲା। ଏଥର ଧମକପୂର୍ଣ୍ଣ ଫୋନ୍‌ କଲ ଆସିବା ପରେ କୌଣସି ପ୍ରତିବନ୍ଧିକ ସଂଗଠନର ସଦସ୍ୟ ଏଭଳି କରିଥିବା ନେଇ ମଧ୍ୟ ପୁଲିସ ସନ୍ଦେହ କରିଥିଲା।

ଆଶ୍ରମରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି

ରବିବାର ରାଜ୍ୟ ବିଜେପି ପକ୍ଷରୁ ଦୁଇ ବିଧାୟକ ମୁକେଶ ମହାଲିଙ୍ଗା ଏବଂ କୁସୁମ ଟେଟେଙ୍କ ସମେତ ୭ଜଣିଆ ଟିମ୍‌କୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆଶ୍ରମ ପଠାଯାଇଥିଲା। ବିଶ୍ଵ ହିନ୍ଦୁ ପରିଷଦର ଓଡ଼ିଶା ଉପାଧ୍ୟକ୍ଷ ପଣ୍ଡିତ ମହେଶ ସାହୁ କହିଛନ୍ତି ଯେ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ ୨୦୦୮ରୁ ମୁକ୍ତ ଭାବେ ବୁଲୁଚନ୍ତି ଏବଂ ସେମାନଙ୍କ ମଧ୍ୟରେ ଏଭଳି ଧମକପୂର୍ଣ୍ଣ ଫୋନ କରିବାକୁ ସାହସ ହୋଇଛି। ଆଶ୍ରମ ଏବଂ ସେଠାରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ କଡ଼ା ସୁରକ୍ଷା ଯୋଗାଇଦେବାକୁ ଆମେ ଦାବି କରୁଛୁ।

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories