ବଲାଙ୍ଗୀର : ବଲାଙ୍ଗୀର – ଟିଟିଲାଗଡ଼ ରାସ୍ତାର ସଇଁତଲା ନିକଟରେ ଶନିବାର ସନ୍ଧ୍ୟା ସମୟରେ ପୁଲିସ ଦୁର୍ଦ୍ଦାନ୍ତ ଅପରାଧି ବବଲୁ ମହାନନ୍ଦକୁ ଏନକାଉଣ୍ଟର କରିଛି। ଏଥିରେ ବବଲୁର ଡ଼ାହାଣ ଗୋଡ଼ରେ ତିନିଟି ଗୁଳି ବାଜିଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ତାକୁ ପ୍ରଥମେ ସଇଁତଳା ଡ଼ାକ୍ତରଖାନା ଓ ପରେ ବଲାଙ୍ଗୀର ମେଡିକାଲକୁ ଅଣାଯାଇଥିଲା। ମାତ୍ର ତା’ର ଅଧିକ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବବଲୁ ଏକ ବାଇକରେ ଟିଟିଲାଗଡ଼ରୁ ସଇଁତଲାକୁ ଯାଉଥିବା ସମୟରେ ପୁଲିସ ଖବର ପାଇଥିଲା। ଏହା ପରେ ଟିଟିଲାଗଡ଼ର ଏକ ପୁଲିସ ଟିମ ବବଲୁକୁ ପିଛା କରୁଥିବା ବେଳେ ବଡ଼ମାଳ ଜଙ୍ଗଲ ନିକଟରେ ସେ ଦେଶୀ ପିସ୍ତଲରେ ସେମାନଙ୍କୁ ଉପରକୁ ଗୁଳି ଚାଳନା କରିଥିଲା। ପୁଲିସ ପାଲଟା ଗୁଳିରେ ବବଲୁ ଆହତ ହୋଇ ତଳେ ପଡ଼ିବା ପରେ ପୁଲିସ ତା’କୁ କାବୁ କରିଥିଲା।
ବବଲୁ ନାଁରେ ବଲାଙ୍ଗୀର ଜିଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଗତ ଅଗଷ୍ଟ ୨୯ ତାରିଖରେ ଏକ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ସେ ଗିରଫ ହୋଇଥିଲା।
ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ
Popular Categories



