www.samajalive.in
Friday, December 5, 2025
26.1 C
Bhubaneswar

୬ ମାସର ଶିଶୁକନ୍ୟା ସହ ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ

ନୂଆଦିଲ୍ଲୀ: ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ ରୂପରେ ଜଣେ ମହିଳା କନେଷ୍ଟବଳଙ୍କୁ ଦେଖିବାକୁ ମିଳିଛି । ଯେପରି ରାଣୀ ଲକ୍ଷ୍ମୀବାଈ ପୌଷ୍ୟ ସନ୍ତାନକୁ ପିଠିରେ ବାନ୍ଧି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲେ ଠିକ୍ ସେହିପରି ପୁଲିସ ଥାନରେ ନିଜର ୬ ମାସର ଶିଶୁକନ୍ୟା ସହ ଡ୍ୟୁଟି କରୁଥିବା ଜଣେ ମହିଳା କନେଷ୍ଟବଳ ନଜର ଆସିଛନ୍ତି । କିର୍ତ୍ତବ୍ୟ ପ୍ରତି ତାଙ୍କର ଏହି ସମର୍ପଣ ଭାବ ଏବେ ସଲାମର ହକଦାର ପାଲଟିଛି । ଅର୍ଚ୍ଚନାଙ୍କ ଏହି କର୍ତ୍ତ୍ୟବ ନିଷ୍ଠା ଦେଖି ଉପରସ୍ଥ ଅଧୀକାରୀ ତାଙ୍କ ନାମରେ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଝାନ୍ସିର ଏହି ମହିଳା କନେଷ୍ଟବଳ ହେଉଛନ୍ତି ଅର୍ଚ୍ଚନା ଜୟନ୍ତ ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଅର୍ଚ୍ଚନା ଜୟନ୍ତ ଝାନ୍ସି କୋଟବାଲ ଥାନାରେ ନିଯୁକ୍ତ ହୋଇଛନ୍ତି । ସେ ନିଜର ୬ ମାସର ଶିଶୁକନ୍ୟା ଅନିକାଙ୍କୁ ସାଙ୍ଗରେ ଧରି ଥାନାକୁ ଆସନ୍ତି ଏବଂ ଏକ ଟାୱେଲରେ ଗୁଡାଇ ଟେବୁଲ ଉପରେ ରଖି ନିଜ ଡ୍ୟିଟୁ କରନ୍ତି । କାରଣ ତାଙ୍କ ଶିଶୁକନ୍ୟାର ଦେଖାଶୁଣା କରିବାକୁ ଘରେ ଅନ୍ୟ କହି ନାହାଁନ୍ତି । ଗୋଟିଏ ପଟେ ସେ ମା’ର କର୍ତ୍ତବ୍ୟ ସୂଚାରୁ ରୂପେ ତୁଲାଉଥିବା ବେଳେ ଅନ୍ୟ ପଟରେ ବିଭାଗୀୟ କାର୍ଯ୍ୟକୁ ମଧ୍ୟ ସଠିକ୍ ଭାବରେ କରିଥାଆନ୍ତି ।

- Advertisement -

ଉତ୍ତରପ୍ରଦେଶର ଜଣେ ବରିଷ୍ଠ ଅଧିକାରୀ ରାହୁଲ ଶ୍ରୀବାସ୍ତବ ଅର୍ଚ୍ଚନାଙ୍କ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ ତାଙ୍କୁ ସଲାମ ଜଣାଛନ୍ତି । ଏହି ଫଟୋ ଦେଖିଲା ପରେ ମହିଳା କନେଷ୍ଟବଳ ଓ ତାଙ୍କ ନବଜାତ ଶିଶୁକନ୍ୟାକୁ ସୁବିଧା ଯୋଗାଇ ଦେବା ପାଇଁ ଅନେକ ନିବେଦନ କରିଛନ୍ତି । ସୋସିଆଲ ମିଡିଆରେ ଫଟୋଟି ସେୟାର ହେବା ପରେ ଅର୍ଚ୍ଚନାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । ଅର୍ଚ୍ଚନା ୨୦୧୬ରେ ଡିଗ୍ରୀ ହାସଲ କରିବା ପରେ ପୁଲିସ କନେଷ୍ଟବଳରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାମୀ ହରିୟାଣାର ଗୁରୁଗ୍ରାମର ଏକ ବଡ କାର ମ୍ୟନୁଫାକ୍ଚରିଂ କମ୍ପାନୀରେ କାର୍ଯ୍ୟ କରନ୍ତି ଏବଂ ତାଙ୍କର ୧୦ ବର୍ଷର ଆଉ ଏକ କନ୍ୟା ରହିଥିବା ଜଣାପଡିଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories