www.samajalive.in
Saturday, December 6, 2025
23.1 C
Bhubaneswar

ବାପା ପରେ ଆଖି ବୁଜିଲା ମା’; ଆଶ୍ରା ଖୋଜୁଛନ୍ତି ୨ ନାବାଳିକା

ପୋଲସରା : ବାପା ଚାଲି ଯାଇଥିଲେ। ଏବେ ମା’ ବି ଚାଲିଗଲା। କେମିତି ବଞ୍ଚିବେ ଦୁଇ ନାବାଳିକା। କିଏ ବୁଝିବ ସେମାନଙ୍କ କଥା। ପାଠପଢା ତ ଦୂରର କଥା ଦି ଓଳି ଦି ମୁଠା ଖାଇବା ଯୋଗାଡ କରିବା ଏବେ ସେମାନଙ୍କ ପାଇଁ ସାତ ସ୍ୱପ୍ନ। ଏଭଳି ଏକ ଦୁଃଖଦ ଓ କୋହଭରା ଘଟଣା ଦେଖିବାକୁ ମିଳିଛି ପୋଲସରା ବ୍ଳକର ହାତିଓଟ ଗ୍ରାମର। ହାତିଓଟ ଗ୍ରାମ ନିବାସୀ ପ୍ରଫୁଲକୁମାର ପଟ୍ଟନାୟକଙ୍କ ଝିଅ ସନ୍ଧ୍ୟାରାଣୀ ୨୦୦୭ ମସିହାରେ କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ଆଠଗଡ ଗ୍ରାମର ହରିହର ମହାନ୍ତିଙ୍କୁ ବିବାହ କରିଥିଲେ। ଦୁଃଖେସୁଖେ ସଂସାର ଚଳି ଯାଉଥିଲା। ଦୁଇବର୍ଷ ପୂର୍ବେ ହରିହର କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ସନ୍ଧ୍ୟାରାଣୀ ୧୦ ବର୍ଷର ବଡ ଝିଅ ପ୍ରିୟଙ୍କା ଏବଂ ୬ ବର୍ଷର ସାନଝିଅ ସାମୁଦ୍ରିକାକୁ ଧରି ହାତୀଓଟକୁ ଚାଲି ଆସି ବାପ ଘରେ ରହିଥିଲେ। ହରିହରଙ୍କ ଅବର୍ତ୍ତମାନରେ ସନ୍ଧ୍ୟାରାଣୀଙ୍କ ପକ୍ଷେ ଦୁଇ ଝିଅଙ୍କୁ ପୋଷିବା ଅସମ୍ଭବ ହୋଇଥିଲା। ପିଲାଙ୍କ ମୁହଁରେ ଆହାର ଦେବାକୁ ସନ୍ଧ୍ୟାରାଣୀ ହାତିଓଟର ଏକ ବେସରକାରୀ ମହାବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରି ସେଠାରୁ ମିଳୁଥିବା ସ୍ୱଳ୍ପ ଦରମାରେ ଦୁଇ ପିଲାଙ୍କୁ କଷ୍ଟେ ମଷ୍ଟେ ଚଳାଉଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଗତ ମାସ ୧୯ ତାରିଖରେ ସନ୍ଧ୍ୟାରାଣୀ ବ୍ରହ୍ମପୁରକୁ କୌଣସି କାମରେ ଯାଇ ଘରକୁ ଫେରିବା ବେଳେ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ୨୧ ତାରିଖରେ ପ୍ରାଣ ହରାଇଥିଲେ। ତାଙ୍କ ବଡ ଝିଅ ପ୍ରିୟଙ୍କାର ବୟସ ୧୨ ବର୍ଷ ଏବଂ ସେ ସପ୍ତମ ଶ୍ରେଣୀ ଛାତ୍ରୀ। ସାନ ଝିଅ ସାମୁଦ୍ରିକାର ବୟସ ୮ ବର୍ଷ ଓ ସେ ତୃତୀୟ ଶ୍ରେଣୀ ଛାତ୍ରୀ। ଦୁହେଁ ଏବେ ବୃଦ୍ଧ ଅଜା-ଆଈ ପାଖରେ ରହୁଛନ୍ତି। ଅଜା ପ୍ରଫୁଲଙ୍କ ଆର୍ଥିକ ଅବସ୍ଥା ବି ଭଲ ନାହିଁ। ସେ ସାଇକେଲ ମରାମତି କରି ଚଳୁଛନ୍ତି। ସରକାର ଏହି ଅସହାୟ କୁନି ଝିଅ ଦୁଇଟିର ସମସ୍ତ ଦାୟିତ୍ୱ ବହନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories