www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ କ୍ୟାବିନେଟ୍‌ରେ ପୁରୀ ପାଇଁ ୪୬୧କୋଟି ବ୍ୟୟବରାଦ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବସ୍ଥ ଐତିହ୍ୟ ସୁରକ୍ଷା କରିଡ଼ର ନିମନ୍ତେ ଅଧିକୃତ କରାଯାଇଥିବା ସମସ୍ତ ସରକାରୀ ଜମି ଓ ଅଧିଗୃହୀତ/ ଖରିଦ ଜମିକୁ ପ୍ରଭୁ ଶ୍ରୀଗନ୍ନାଥ ବିଜେ, ପୁରୀ ମାର୍ଫତ୍‌ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ମିତି ନାମରେ ବିନା ମୂଲ୍ୟରେ ହସ୍ତାନ୍ତର ଏବଂ ରେକର୍ଡ ସଂଶୋଧନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ‘ଅବଢ଼ା’ ଯୋଜନା ମାଧ୍ୟମରେ ପୁରୀଠାରେ ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ମାର୍କେଟ୍‌ କ​‌େ​‌ମ୍ପ୍ଲକ୍ସ, ଶ୍ରୀସେତୁ ସହିତ ମୂଷା ନଦୀର ସମ୍ପ୍ରସାରଣ ‘ଟର୍ଣ୍ଣକି’ ନିବିଦା ଆଧାରରେ ନିର୍ମାଣ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ପୁରୀ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୪୬୧କୋଟି ୫୦ଲକ୍ଷ ଟଙ୍କାର ବ୍ୟବବରାଦ କରିଛନ୍ତି। ସମସ୍ତ କାର୍ଯ୍ୟ ୩୦ ମାସ ମଧ୍ୟରେ ସମ୍ପନ୍ନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଅଧିଗୃହୀତ ଜମି ପ୍ରଭୁ ଜଗନ୍ନାଥଙ୍କ ନାମରେ ହସ୍ତାନ୍ତର ନିଷ୍ପତ୍ତି ନିଆଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories