www.samajalive.in
Friday, December 12, 2025
26.1 C
Bhubaneswar

ବିଧାୟକଙ୍କ ଦ୍ୱାରା କରଡାକୋଠା-କୁଟୀବାରି ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ

ହରଭଙ୍ଗା : ହରଭଙ୍ଗା ବ୍ଲକ ମହାଲ୍ଲିକପଡା ପଞ୍ଚାୟତର ଦୁର୍ଗମ କରଡାଖୋଠା ଠାରୁ କୁଟୀବାରି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ପାଇଁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଅବସରରେ କରଡାକୋଠା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକଙ୍କ ସହିତ ବୌଦ୍ଧ ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞନ ନାଏକ, ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ଭୋକ୍ତା, ପ୍ରଫୁଲ କୁମାର ମହାପାତ୍ର, ପ୍ରଦୀପ କୁମାର ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ଦୀର୍ଘଦିନ ହେବ ଜନସାଧାରଣଙ୍କ ଦାବୀ ଏବଂ ଅଂଚଳର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା ରାଜ୍ୟ ସରକାର ଜାରି ରଖିଥିବା ବିଧାୟକ ମତ ରଖିଥିଲେ। ମହାଲ୍ଲିକପଡାରେ ଏକ ମୋବାଇଲ ଟାୱାର, ଭାପୁର ଠାରୁ କୁଟୀବାରୀ ପର୍ଯ୍ୟନ୍ତ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଜନସାଧାରଣ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ବହୁ ମହିଳା-ପୁରୁଷଙ୍କ ସହିତ ସଞିବ ଦେହୁରୀ, ରାଜକିଶୋର ସାହୁ, ବିଶ୍ୱପତି ସାହୁ, ଅମର ପ୍ରଧାନ ଭଳି ବହୁ ଦଳୀୟ ନେତା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories