ନୂଆଦିଲ୍ଲୀ : ୭୫ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି।
ଦେଶପାଇଁ ବଳୀଦାନ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି। ପ୍ରତିବର୍ଷ ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭେବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି କୋରୋନା ମହାମାରୀ ଆମକୁ ଅନେକ ଯାତନା ଦେଇଛି। ବହୁ ପିଲାଙ୍କଠାରୁ ସେମାନଙ୍କ ବାପା-ମାଆଙ୍କୁ ଛଡ଼ାଇ ନେଇଛି। ଅନେକ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି। ତେବେ ଆମ ଦେଶରେ ବିଶ୍ବର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚାଲିଛି। ୫୪ କୋଟି ଲୋକ କୋରୋନା ଟିକାର ପାନ ନେଇସାରିଲେଣି । ୮୦ କୋଟି ଲୋକଙ୍କୁ କୋରୋନା ସମୟରେ ସହାୟତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Under the #JanAusadhiYojana, the poor and needy are now getting affordable medicines. Over 75,000 Health & Wellness Centres have been built and we are working on a network of hospitals at the block level: PM#IndiaIndependenceDay #IndiaAt75 #AmritMahotsav pic.twitter.com/lC6Hx59Gbe
— PIB India (@PIB_India) August 15, 2021
ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ସବ୍କା ସାଥ୍, ସବ୍କା ବିକାଶ ଓ ସବ୍କା ବିଶ୍ବାସ ସରକାରଙ୍କର ମୂଳ ମନ୍ତ୍ର। ପୂର୍ବ ଅପେକ୍ଷା ସରକାରୀ ଯୋଜନା କାର୍ଯ୍ୟକାରିତାର ଅଧିକ ଗତିଶୀଳ ହୋଇଛି। ସବୁ ଗରିବଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାି ଦିଆଯାଉଛି। ଦେଶର ସବୁ ଘରକୁ ପାନୀୟ ଜଳ ଓ ଶୌଚାଳୟ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।



