www.samajalive.in
Saturday, December 6, 2025
23.1 C
Bhubaneswar

ରାଲିରେ ଅସୁସ୍ଥ ହୋଇପଡ଼ିଲେ ବ୍ୟକ୍ତି, ନିଜ ଡାକ୍ତରଙ୍କୁ ପଠାଇ ଚିକିତ୍ସା କରାଇଲେ ପ୍ରଧାନମନ୍ତ୍ରୀ

ଗୁଆହାଟୀ: ଆସାମର ତାମୁଲପୁରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରାଲିରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମଞ୍ଚରେ ଉଦ୍‌ବୋଧନ ଦେଉଥିବା ସମୟରେ ଜଣେ ବ୍ୟକ୍ତି ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ମୋଦୀଙ୍କ ନଜରରେ ଏହା ଆସିବା ପରେ ତୁରନ୍ତ ସେ ନିଜ ଭାଷଣ ବନ୍ଦ କରି ତାଙ୍କ ସାଥୀରେ ଆସିଥିବା ମେଡିକାଲ ଟିମ୍‌ର ଡାକ୍ତରଙ୍କୁ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପଠାଇଥିଲେ।

ପ୍ରଧାନମନ୍ତ୍ରୀ ମଞ୍ଚ ଉପରୁ କହିଥିଲେ, ଶରୀରରେ ଜଳୀୟ ଅଂଶ ଯୋଗୁ ବୋଧହୁଏ ଉକ୍ତ ବ୍ୟକ୍ତି ଜଣକ କୌଣସି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମୋ ସହିତ ଆସିଥିବା ମେଡିକାଲ ଟିମ୍‌ର ଡାକ୍ତରମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି କ’ଣ ସମସ୍ୟା ହୋଇଛି ଦେଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହା ପରେ ସେ ନିଜ ଭାଷଣ ଆରମ୍ଭ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟରେ ଯୋଗଦେଉଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ତାମୁଲପୁରରେ ପ୍ରଚାର କରିଥିଲେ। ଏହି ଅବସରରେ ମୋଦୀ କହିଥିଲେ, ବିକାଶରେ ଭେଦଭାବ କରିବା ଆମ ସିଦ୍ଧାନ୍ତ ନୁହେଁ। ଆମେ ରାଷ୍ଟ୍ରନୀତି ପାଇଁ ବଞ୍ଚୁଥିବା ବ୍ୟକ୍ତି। ପ୍ରଥମ ଥର ଭୋଟ ଦେବାକୁ ଥିବା ରାଜ୍ୟର ଯୁବପିଢ଼ିଙ୍କୁ ବହୁ ସଂଖ୍ୟାରେ ମତଦାନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories