www.samajalive.in
Monday, December 15, 2025
26.1 C
Bhubaneswar

ନବନିଯୁକ୍ତ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଭାରତ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାପାନର ନୂଆ ପ୍ରଧାନମନ୍ତ୍ରୀ ​‌ୟୋଶିହିଦେ ସୁଗାଙ୍କୁ ଟେଲିଫୋନ କରିବା ସହ ତାଙ୍କର ନିଯୁକ୍ତି ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଭାରତ-ଜାପାନର ସହଯୋଗ ପୂର୍ବପରି ଦୃଢ଼ ରହିବ ବୋଲି ମୋଦୀ ଆଶା କରିବା ସହ ତାଙ୍କୁ ଭାରତ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରି ଏ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କଥାବାର୍ତା ଭଲ ହୋଇଛି ଓ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଭବିଷ୍ୟତରେ ଏହା ବଜାୟ ରହିବ ବୋଲି ମୋଦୀ ତାଙ୍କ ଟ୍ବିଟରେ ଆଶାବ୍ୟକ୍ତ କରିଛନ୍ତି । ଏହା ସହ  ଭାରତ-ଜାପାନ ସମ୍ପର୍କ ବର୍ତମାନର ଆଞ୍ଚଳିକ ଓ ବୈଶ୍ଵିକ ଆହ୍ବାନକୁ ମୁକାବିଲା କରିବା ଦିଗରେ ସହାୟକ ହେବ ବୋଲି ମଧ୍ୟ ଶ୍ରୀ ମୋଦୀ କହିଛନ୍ତି ।

- Advertisement -

ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଜାରି ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ରୂପେ ସୁଗାଙ୍କ ନିଯୁକ୍ତି ନେଇ ଶୁଭେଚ୍ଛା ଜଣାଇଛନ୍ତି ଓ ଦ୍ବିପାକ୍ଷିକ ସମ୍ପର୍କର ସୁଦୃଢ଼ୀକରଣ ନିମନ୍ତେ ବାର୍ଷିକ ସମ୍ମେଳନ ନିମନ୍ତେ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories