www.samajalive.in
Monday, December 8, 2025
24.1 C
Bhubaneswar

‘ନୋ ସାର୍‍’ – ସାମାଜିକ ଗଣମାଧ୍ୟମରୁ ବିଦାୟ ନ ନେବାକୁ ମୋଦୀଙ୍କୁ ସମର୍ଥକଙ୍କ ଅନୁରୋଧ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଟୁବ୍‍ ଏବଂ ଇନ୍‍ଷ୍ଟାଗ୍ରାମ୍‍ ସମେତ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚରୁ ଓହରି ଯିବା ପାଇଁ ଚିନ୍ତା କରୁଥିବା ନେଇ ଏକ ଟ୍ୱିଟରୁ ଜଣାପଡିଛି। ଗତକାଲି ଏକ ଟ୍ୱିଟ୍‍ ଯୋଗେ ମୋଦୀ ସାମାଜିକ ଗଣମାଧ୍ୟମରୁ ଓହରି ଯିବା ପାଇଁ ତାଙ୍କର ଇଚ୍ଛା ବିଷୟରେ ଦେଶକୁ ସୂଚନା ଦେଇଛନ୍ତି। ଏହି ଟ୍ୱିଟ୍‍ର ଗୋଟିଏ ମୁହୂର୍ତ୍ତ ପରେ ପ୍ରଧାନମନ୍ତ୍ରୀଙ୍କର ଏଭଳି ଭାବନାରେ ଜନସାଧାରଣ ଗଭୀର ଭାବେ ମର୍ମାହତ ହୋଇ ପ୍ରତିକ୍ରିୟା ଦେଇଥିବା ବେଳେ ଲକ୍ଷ ଲକ୍ଷ ଫଲୋଅର୍‍ ‘ନୋ ସାର୍‍’ ବୋଲି ଏହି ଟ୍ୱିଟ୍‍ର ଉତ୍ତର ଦେଇଛନ୍ତି।

- Advertisement -

ଗୋଟିଏ ଘଣ୍ଟା ମଧ୍ୟରେ ମୋଦୀଙ୍କର ଏହି ପୋଷ୍ଟ ୨୬ହଜାର ଥର ରି-ଟ୍ୱିଟ୍‍ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କର ଟ୍ୱିଟରରେ ୫୩ଦଶମିକ ୩ ମିଲିୟନ୍‍ ଫଲୋଅର ଥିବା ବେଳେ ଫେସ୍‍ବୁକରେ ୪୩ ମିଲିୟନ୍‍ ଫଲୋଅର ଅଛନ୍ତି। ସେହିପରି ଇନ୍‍ଷ୍ଟାଗ୍ରାମରେ ସମଗ୍ର ବିଶ୍ୱରେ ମୋଦୀଙ୍କର ସର୍ବାଧିକ ୩୦ ମିଲିୟନ୍‍ ଫଲୋଅର ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କର ଏବେ ୧୪ଦଶମିକ୍‍ ୯ ମିଲିୟନ୍‍ ଫଲୋଅର ଥିବା ବେଳେ ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କର ୨୪ଦଶମିକ୍‍ ୮ ମିଲିୟନ୍‍ ଇନ୍‍ଷ୍ଟାଗ୍ରାମ୍‍ ଫଲୋଅର ଅଛନ୍ତି। ଟ୍ୱିଟରରେ ଯେଉଁ ଭାରତୀୟମାନଙ୍କୁ ଫଲୋ କରାଯାଉଛି ସେଥିରେ ମୋଦୀ ଶୀର୍ଷ ସ୍ଥାନରେ ଅଛନ୍ତି। ସେ ୨୦୦୯ ଜାନୁଆରୀରେ ଟ୍ୱିଟରରେ ସାମିଲ ହୋଇଥିଲା ବେଳେ ସେହି ସମୟରେ ଖୁବ୍‍ କମ୍‍ ରାଜନେତା ଏହି ସାମାଜିକ ଗଣମାଧ୍ୟମ ମଞ୍ଚକୁ ବ୍ୟବହାର କରୁଥିଲେ। ମୋଦୀ ହେଉଛନ୍ତି ତୃତୀୟ ବିଶ୍ୱସ୍ତରୀୟ ନେତା ଯାହାଙ୍କର ଟ୍ୱିଟରରେ ୫୦ ମିଲିୟନ୍‍ରୁ ଅଧିକ ଫଲୋଅର ଅଛନ୍ତି। ବାରାକ ଓବାମା ପ୍ରଥମ ସ୍ଥାନରେ ରହିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ୍‍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories