www.samajalive.in
Monday, December 8, 2025
20.1 C
Bhubaneswar

ରାସ୍ତା ମଝିରେ ଦନ୍ତାହାତୀ; ୨ ଘଣ୍ଟା ଅଟକିଲା ଯାତ୍ରୀବାହୀ ବସ

ଭବାନୀପାଟଣା : କଳାହାଣ୍ଡି ଜିଲା କରଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ରାମପୁରରୁ ଭବାନୀପାଟଣା ରାସ୍ତାରେ କିଆପଦର ନିକଟରେ ରାସ୍ତା ମଝିରେ ମଙ୍ଗଳବାର ଦନ୍ତାହାତୀ ଦେଖିବାକୁ ମିଳିଥିଲା। ହାତୀ ଯୋଗୁଁ ଏକ ଯାତ୍ରୀବାହୀ ବସ ପ୍ରାୟ ୨ ଘଣ୍ଟା ଅଟକି ରହିଥିଲା। ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ।
ସୂଚନା ଯୋଗ୍ୟ, ଉକ୍ତ ବସଟି ଥୁଆମୂଳ ରାମପୁରରୁ ଭବାନୀପାଟଣା ଯାଉଥିଲା। ହାତୀଟି ରାସ୍ତା ଓଗାଳିବାରୁ ବସଟି ପ୍ରାୟ ୨ ଘଣ୍ଟା ଅଟକି ରହିଥିଲା। ରାସ୍ତା ମଝିରେ ହାତୀ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାପରେ ହାତୀ ଜଙ୍ଗଲ ମଧ୍ୟକୁ ଯିବା ପରେ ବସଟି ଯାଇଥିଲା ବୋଲି ସୂଚନା ମିଳିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories