ଟୋକିଓ -୨୦୨୦ ପାରାଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଭାରତୀୟ ପାରା-ଆଥଲେଟ ଦଳ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିବେ।
୯ଟି ପ୍ରତିଯୋଗିତାରେ ୫୪ ଜଣ ପାରା ଆଥଲେଟ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଟୋକିଓ ଯାଇଛନ୍ତି । ପାରାଲିମ୍ପିକ ଖେଳରେ ଅଂଶଗ୍ରହଣ କରୁଥିବା ଏହା ସବୁଠାରୁ ବଡ ଭାରତୀୟ ଦଳ। କେନ୍ଦ୍ର କ୍ରୀଡା ମନ୍ତ୍ରୀ ଏହି ବାର୍ତ୍ତାଳାପ ବେଳେ ଉପସ୍ଥିତ ରହିବେ ।



