www.samajalive.in
Tuesday, December 9, 2025
15.1 C
Bhubaneswar

ଦେଶରେ ଆରମ୍ଭ ହେଲା ୫-ଜି ସେବା: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେଲା ୫-ଜି ସେବା । ଦିଲ୍ଲୀର ପ୍ରଗତି ମଇଦାନରେ ୫-ଜି ସେବାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦ୍‌ଘାଟନ କରିଛନ୍ତି । ପୂର୍ବରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି ସୁବିଧା ଉପଲବ୍ଧ ହେଉଥିବା ବେଳେ, ବର୍ତ୍ତମାନ ଏହା ଭାରତରେ ଶୁଭାରମ୍ଭ ହୋଇଛି । ୫-ଜି ସେବା ଦ୍ୱାରା ଦେଶରେ ଆହୁରି ଇଣ୍ଟରନେଟର ଗତି ଦ୍ରୁତ ହେବ । ବିଭିନ୍ନ ବିଭାଗରେ ୫-ଜି ଉନ୍ନତି ଆଣିବ ବୋଲି କୁହାଯାଉଛି । ଆଇଟି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବ ୫-ଜି ସେବା ।

ବିଶେଷ କରି ଓଟିଇଟି ପ୍ଲଟ ଫର୍ମରେ ୫-ଜି ଆଣିବ ବଡ଼ ଧରଣର ପରିବର୍ତ୍ତନ । ବର୍ତ୍ତମାନ ଏହି ସେବା ପ୍ରଥମ ପର୍ଯ୍ୟାୟରେ ୧୩ଟି ପ୍ରମୁଖ ସହରରେ ମିଳିବ । ପରେ ପରେ ଏହା ଧୀରେ ଧୀରେ ସାରା ଦେଶରେ ଉପଲବ୍ଧ ହେବ । ଆଗାମୀ ୨ ବର୍ଷ ମଧ୍ୟରେ ସାରା ଦେଶରେ ୫-ଜିକୁ ଉପଲବ୍ଧ କରାଯିବା ନେଇ ସୂଚନା ଦିଆଯାଇଛି । ବର୍ତ୍ତାମାନ ଯାଏ ଦେଶବାସୀ ୩-ଜି ଓ ୪-ଜି ବ୍ୟବହାର କରିଥିଲେ । ତାହାଠାରୁ ୫-ଜିର ଗତି ଦ୍ରୁତ ରହିବ ।

- Advertisement -

ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଥିବା ଇଣ୍ଡିଆ ମୋବାଇଲ କଂଗ୍ରେସ ଆଜିଠାରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ବାରଣାସୀରେ ଏୟାରଟେଲ ଓ ଅହମଦାବାଦରେ ଜିଓ ୫-ଜି ସେବା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଯୋଗଦେଇଛନ୍ତି ।।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବ ଜିଓ ଇଞ୍ଜିନିୟର ମାନଙ୍କ ଏକ ଟିମ୍ ଦ୍ୱାରା ଏଣ୍ଡ-ଟୁ-ଏଣ୍ଡ ୫-ଜି ଟେକ୍ନୋଲୋଜିର ସ୍ୱଦେଶୀ ବିକାଶକୁ ମଧ୍ୟ ଆଲୋଚନା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ମନ୍ତ୍ରୀ ଦେବସିନ ଚୌହାନ, ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଜିଓ ଅଧ୍ୟକ୍ଷ ଆକାଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories