nua o banner

ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିର ପରିଦର୍ଶନ କଲେ ମୋଦୀ

BJD Bijuli 480×75 Mob

ତାମିଲନାଡୁ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜକୁ ଶୁଦ୍ଧ ରଖିବା ପାଇଁ ବ୍ରତ କରୁଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଖ୍ୟ ଯଜମାନ ଦାୟିତ୍ୱ ନିର୍ବାହ କରିବେ ମୋଦୀ। ଏଥିପାଇଁ ବ୍ରତ କରିବା ସହ ବିଭିନ୍ନ ମନ୍ଦିର ଗସ୍ତ କରି ଆଶୀର୍ବାଦ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପାରମ୍ପାରିକ ତାମିଲ ପୋଷାକ ପିନ୍ଧି ତାମିଲନାଡୁର ତିରୁଚିରାପଲ୍ଲୀ ଓ ରଙ୍ଗନାଥସ୍ୱାମୀ ମନ୍ଦିର ଯାଇ ପ୍ରାର୍ଥନା କରିଛନ୍ତି ମୋଦୀ। ତାମିଲନାଡୁର ଏହି ପ୍ରାଚୀନ ମନ୍ଦିର ଗସ୍ତ କରିବା ସମୟରେ ବିଷ୍ଣୁଙ୍କ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ହାତୀକୁ ଖାଦ୍ୟ ଦେଇ ଆଶୀର୍ବାଦ ନେଇଥିଲେ।

ଏହି ମନ୍ଦିର ନିର୍ମାଣରେ ଚୋଲ, ପାଣ୍ଡ୍ୟା, ହୋୟସାଲା ଏବଂ ବିଜୟାନଗର ସାମ୍ରାଜ୍ୟର ରାଜାମାନେ ସହଯୋଗ କରିଥିଲେ। ଶ୍ରୀରଙ୍ଗମମନ୍ଦିର କାବେରୀ ଏବଂ କୋଲିଡାମ ନଦୀର ଏକ ଦ୍ୱୀପରେ ଅବସ୍ଥିତ ।

Comments are closed.