www.samajalive.in
Saturday, December 6, 2025
19.1 C
Bhubaneswar

ବିଜ୍ଞାନକୁ ଲୋକପ୍ରିୟ କରିବାକୁ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଲେ ମୋଦୀ

ନୂଆଦିଲ୍ଲୀ: ବିଜ୍ଞାନକୁ ସମାଜ ପାଇଁ ଅଧିକରୁ ଅଧିକ ବ୍ୟବହାର କରିବା ଓ ଏହାକୁ ଲୋକପ୍ରିୟ କରାଇବା ଲାଗି ଦୀର୍ଘ ମିଆଦି ପଦକ୍ଷେପମାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକ ସମ୍ପ୍ରଦାୟକୁ ନିବେଦନ କରିଛନ୍ତି। ଏଥିପାଇଁ ସରକାର ନବୀକରଣ ଓ ନୂଆ ନୂଆ ଆବିଷ୍କାରକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ସେ ଗୁରୁତ୍ୱାରୋପ କରିଛନ୍ତି।

ମଙ୍ଗଳବାର ଅପରାହ୍ଣରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ କୋଲକତାରେ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବକୁ ଉଦ୍‍ଘାଟନ କରି ମୋଦୀ କହିଛନ୍ତି, ଲୋକମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଯିବା ଦ୍ୱାରା ସେମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର ହେବ ଓ ସେମାନେ ବାସ୍ତବବାଦି ହେବେ। ଚନ୍ଦ୍ରଯାନ ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଲୋକମାନଙ୍କ ମନରେ ବିଜ୍ଞାନ ପ୍ରତି ଜିଜ୍ଞାସା ସୃଷ୍ଟି କରିଛି।

- Advertisement -

ବିଜ୍ଞାନ ଓ ଗବେଷଣା ଉପରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ୍‍ ଦିଆଯିବା ପାଇଁ ଦେଶର ବିଭିନ୍ନ ଭାଗରେ ପାଞ୍ଚ ହଜାର ଅଟଳ ଟିଙ୍କରିଂ ଗବେଷଣାଗାର ପ୍ରତିଷ୍ଠା କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନ ବ୍ୟାପି ଏହି ଉତ୍ସବର ଉଦ୍‍ଘାଟନୀ ସମାରୋହରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧଙ୍କଡ଼ ଓ ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ତଥା ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଯୋଗ ଦେଇଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories