www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ, ଫିରୋଜପୁର ଏସ୍‌ଏସ୍‌ପିଙ୍କ ଅବହେଳାକୁ ଦାୟୀ କଲା କମିଟି

ନୂଆଦିଲ୍ଲୀ: ଗତ ଜାନୁଆରୀରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଯେଉଁ ତ୍ରୁଟି ପରିଲକ୍ଷିତ ହୋଇଥିଲା ସେ ସଂପର୍କରେ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଫିରୋଜପୁରର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସଏସପି)ଙ୍କ ଅବେହଳା ଯୋଗୁଁ ଏପରି ଘଟିଲା ବୋଲି ରିପୋର୍ଟ ଦେଇଛନ୍ତି।

ଗୁରୁବାର ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ତଦନ୍ତ କମିଟି ରିପୋର୍ଟକୁ ଆଧାର କରି ଦର୍ଶାଇଥିଲେ ପ୍ରଧାନମନ୍ତ୍ରୀ କେଉଁ ରାସ୍ତାରେ ଯିବେ ତାହା ଜାଣି ସୁଦ୍ଧା ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାରେ ଫିରୋଜପୁର ଏସଏସପି ଅବହେଳା କରିଥିଲେ। ପ୍ରଧାନମନ୍ତ୍ରୀ ସେହି ରାସ୍ତା ଦେଇ ଯିବେ ବୋଲି ୨ ଘଣ୍ଟା ପୂର୍ବରୁ ଏସଏସପିଙ୍କୁ ଜଣାଇ ଦିଆଯାଇଥିଲା। ଏସଏସପିଙ୍କ ନିକଟରେ ଆବଶ୍ୟକ ପୁଲିସ କର୍ମଚାରୀ ଥିଲେ ମଧ୍ୟ ସେ ସେହି ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ।

- Advertisement -

ସୂଚନାଥାଉ କି ଗତ ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କୃଷକ ଆନ୍ଦୋଳନ ଯୋଗୁଁ ଏକ ଫ୍ଲାଇଓଭର ବ୍ରିଜ୍‌ରେ ପାଖାପାଖି ୨୦ ମିନିଟ୍‌ ଅଟକି ରହିଥିଲେ। ଏହି ମାମଲାର ତଦନ୍ତ ପାଇଁ ପୂର୍ବରୁ ପଞ୍ଜାବ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯାଇଥିଲା। କମିଟି ନିଜ ରିପୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପାଇଁ ଏସଏସପିଙ୍କୁ ଦାୟୀ କରିଥିଲା। ଏହି ଘଟଣାରେ ୯ଜଣ ପୁଲିସ ଅଧିକାରୀଙ୍କୁ ବଦଳି କରାଯାଇଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories